2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁ କ୍ୟାବିନେଟ ଅନୁମୋଦନପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୟାବିନେଟ ଅନୁମୋଦନପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରୀ ଦେଇଛି।ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କୁସୁମ (ପ୍ରତି କ୍ୱିଣ୍ଟାଲ 600 ଟଙ୍କା)ର ଏମଏସପିରେ ସର୍ବାଧିକ ବୃଦ୍ଧି କରାଯାଇଛି । ଏହାପରେ ମସୁର ଏମଏସପି କ୍ୱିଣ୍ଟାଲ ପ୍ରତି 300 ଟଙ୍କା ବଢ଼ିଛି। ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଏମଏସପି ଯଥାକ୍ରମେ କ୍ୱିଣ୍ଟାଲ ପ୍ରତି 250 ଟଙ୍କା, କ୍ୱିଣ୍ଟାଲ ପ୍ରତି 225 ଟଙ୍କା, କ୍ୱିଣ୍ଟାଲ ପ୍ରତି 170 ଟଙ୍କା ଏବଂ 160 ଟଙ୍କା ବୃଦ୍ଧି କରାଯାଇଛି ।2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ହେଲା:(ଟଙ୍କା ପ୍ରତି କ୍ୱିଣ୍ଟାଲ)CropsMSP RMS 2026-27Cost*of Production RMS2026-27Margin over cost(in percent)MSP RMS 2025-26Increase in MSP(Absolute)Wheat258512391092425160Barley21501361581980170Gram58753699595650225Lentil (Masur)70003705896700300Rapeseed & Mustard62003210935950250Safflower65404360505940600*ଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି ଯଥା ମାନବ ଶ୍ରମିକ, ବଳଦ/ମେସିନ, ଲିଜରେ ଦିଆଯାଇଥିବା ଜମି ଲାଗି ପରିଶୋଧ କରାଯାଇଥିବା ଅର୍ଥ, ବିହନ, ସାର, ଜଳସେଚନ ଦେୟ, ଉପକରଣ ଏବଂ କୃଷି କୋଠା ଉପରେ ମୂଲ୍ୟହ୍ରାସ, କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଇତ୍ୟାଦି।ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ 1.5 ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ 2018-19 କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ତଦନୁସାରେ 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆନୁମାନିକ ଲାଭ ଗହମ ପାଇଁ 109 ପ୍ରତିଶତ, ରେପସିଡ୍ ଏବଂ ସୋରିଷ ପାଇଁ 93 ପ୍ରତିଶତ, ମସୁର ପାଇଁ 89 ପ୍ରତିଶତ, ଚଣା ପାଇଁ 59 ପ୍ରତିଶତ, ଯଅ ପାଇଁ 58 ପ୍ରତିଶତ ଏବଂ କୁସୁମ ପାଇଁ 50 ପ୍ରତିଶତ ରହିଛି। ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ବୃଦ୍ଧି ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *