ବ୍ରହ୍ମପୁର ରେ ଚଳଚ୍ଚିତ୍ର ଦେଖିଲେ କ୍ୟାବିନେଟ ମନ୍ତ୍ରୀ ବିଭୁତି ଜେନା

ବ୍ରହ୍ମପୁର:-୨୮/୧୧ ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ଠାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ “ଦି ସାବରମତୀ ରିପୋର୍ଟ୍” ଚଳଚ୍ଚିତ୍ର ଦେଖିବାକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ସ୍ଥିତ ରୁକ୍ମିଣୀ ସିନେମା ହଲ୍ ରେ ସଂଧ୍ୟାରେ ଦେଖିଛନ୍ତି ।

ତାଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ,ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ,ବରିଷ୍ଠ ନେତା ସୁରେଶ ପାଢ଼ୀ,ରମେଶ ତ୍ରିପାଠୀ, ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,କର୍ପୋରେଟର ସବିତା ସାହୁ,ବନିତା ସାହୁ,ବାଳକୃଷ୍ଣ ସାମନ୍ତରା,ଯୁବ ନେତା ସୁନିଲ ପାତ୍ର,ଏଲ୍ ମହୋନ ଦାସ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଅଭିମନ୍ୟୁ ସାହୁ,ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ବି.ସୋମନାଥ ପାତ୍ର,କିଶୋର କୁମାର ସାହୁ,ଚଣ୍ଡୀ ଚରଣ ସାହୁ,ସଞ୍ଜୟ ଦାସ,ଅହିଂସା ସାହୁ,ଧନୁ ପାଣିଗ୍ରାହୀ,ପ୍ରବୀର ପାତ୍ର,ରବିନ୍ଦ୍ର ସାହୁ,ଜି.ରାଜେନ୍ଦ୍ର ପ୍ରସାଦ,କୁଞ୍ଜବିହାରୀ ପଣ୍ଡା, ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *