କେମବ୍ରିଜ୍ ବ୍ରାଇଟ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ-ଉତକ୍ରୀଷ୍ଟ

କେମବ୍ରିଜ୍‌ ବ୍ରାଇଟ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ଉତକ୍ରୀଷ୍ଟ ଅନୁଷ୍ଠିତ l ବ୍ୟାସନଗର ଚୋର୍ଦା ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମବ୍ରିଜ୍‌ ବ୍ରାଇଟ ଇଣ୍ଟର ନ୍ୟାସନାଲ ସ୍କୁଲ ର ଚର୍ତୁଥ ତମ ବାର୍ଷିକ ତଥା ଉତକ୍ରୀଷ୍ଟ ଅନୁଷ୍ଠିତ ହୋଇଯାଇଅଛି l ସ୍କୁଲ ର ଅଧକ୍ଷ ପ୍ରୀତି ଚୌରାସିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷୟତ୍ରୀ ଯୁଗପ୍ରଭା ସାବତ, ସଂମ୍ମାନିତ ଅତିଥି ଭାବେ ସ୍କୁଲ ର ଚେୟାରମ୍ୟାନ ଆଶିଷ ଚୌରାସିଆ, ସମାଜସେବୀ ରାଇଚରଣ ମହାନ୍ତି ଓ଼ ଭାଇସ ପ୍ରିନସିପାଲ ସସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅନୁଷ୍ଠାନିକ ଭାବେ ଉତ୍ସବ କୁ ଉଦଘାଟନ କରିଥିଲେ l ପରେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଓ଼ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ଼ ଅଭିନନ୍ଦନ ଜଣାଇବା ସହିତ ପିଲାମାନେ ନିଜର ଅଧବସାୟ, ପ୍ରଚେଷ୍ଟା ଓ଼ ଆଗ୍ରହ ଥିଲେ ସମସ୍ତେ ଦିନେ ନା ଦିନେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଂଚି ପାରିବା ସହିତ ନିଜ ଜିଲ୍ଲା ରାଜ୍ୟ ଓ ଦେଶ ରେ ନାଁ କରିବେ ବୋଲି ପରାମର୍ଶ ଦେଇଥିଲେ l

ପିଲାମାନେ ପାଠ ପଢିବା ସହିତ ତାଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଲୁକାୟିତ ପ୍ରତିଭା କୁ ପ୍ରତିପାଦନ କରିବା ଓ଼ ପିଲାଙ୍କ ମନୋରଞ୍ଜନ ପାଇଁ ବାର୍ଷିକ ଉତ୍ସବ ର ଆୟୋଜନ କରିଥିବା ଅଧକ୍ଷ ପ୍ରୀତି ଚୋରାସିୟା ନିଜ ଅଭିଭାଷଣ ରେ କହିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତି ଅର୍ଜନ କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ବାର୍ଷିକ ଉତ୍ସବ ସନ୍ଧ୍ୟା ରେ ବିଭିନ୍ନ ଶ୍ରେଣୀ ଙ୍କ ପିଲାମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ଡ୍ରାମା ଆଦି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ଼ ଅଭିଵାବକ ମାନେ ଉପସ୍ଥିତ ରହି ଉତ୍ସବ କୁ ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *