କୃଷି କ୍ରାନ୍ତି ଅଭିଯାନ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ବରୀ ଗ୍ରାମ ପଂଚାୟତ ସିଶପଙ୍ଗା ଗ୍ରାମରେ ଆଜି ବ୍ଲକ ସ୍ତରୀୟ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ରାଇକିଆ ଏବଂ ଘୁ. ଉଦୟଗିରି ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ ଙ୍କ ତତ୍ତ୍ୱବଧନ ରେ ” କୃଷି କ୍ରାନ୍ତି” ଅଭିଯାନ ର ଶୁଭ ଉଦଘାଟନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି.
ଏହି ଅଭିଯାନ ର ମୁଖ୍ୟ ଉଧେଶ୍ୟ ହେଉଛି, କନ୍ଧମାଳ ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଅଟେ, ଏଠି 90% ଚାଷୀ ର ଜମି ରେ କେବଳ ବର୍ଷ କୁ ଥରେ ଧାନ ଚାଷ କରି ଜମି ପଡିଆ ପଡି ଥାଏ , ତେଣୁ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି ଯେ ଚାଷୀ ଧାନ ଅମଳ ପରେ “ଜିରୋ ଇରୀଗେସନ “ରେ ଦ୍ୱତୀୟ ଫସଲ ଅମଳ କରିବ , ତଥା ବିରି, ମୁଗ, କୋଳଥ, ଶୋରିଷ, ବୁଟ, ସୂର୍ଯ୍ୟମୁଖି, ଆଦି ଫସଲ ଲଗାଇ ଦ୍ୱତୀୟ ଫସଲ ଲାଭ ଉଠେଇ ପାରିବ ସେଥିପାଇଁ ସରକାର ଙ୍କ (RKVY)ରାଷ୍ଟ୍ରି ୟ କୃଷି ବିକାଶ ଯୋଜନା ଏବଂ କୃଷକ ପୋର୍ଟାଲ ରେ ସାମିଲ ହୋଇ ଉପକୃତ ହୋଇ ପାରିବେ, ଏବଂ କୃଷି ର ଏକ ବୈପ୍ଲବିକ ପରିବର୍ତନ ଆସିବା ସହିତ ଜିଲ୍ଲା କୁ ଅପପୁଷ୍ଟି ରୁ ମଧ୍ୟ ରୋକା ଯାଇପାରିବ,
ଏଥି ପାଇଁ ଦ୍ୱତୀୟ ଫସଲ ଅମଳ ନିମନ୍ତେ, ଚାଷୀ ଙ୍କୁ ଆବଶ୍ୟକ ବିହନ ଚଳିତ ବର୍ଷ ଅକ୍ଟୋବର 15 ତାରିଖ ପୂର୍ବରୁ ଯୋଗାଇବା, ଏବଂ କୃଷି ଯନ୍ତ୍ର ପାତି, ସହିତ ଚାଷୀଙ୍କୁ ତାଲିମ ଓ ସଚେତନ କରିବା ସହିତସମସ୍ତ ଚାଷୀ ଙ୍କୁ କୃଷକ ପୋର୍ଟାଲ ରେ ପଞ୍ଜିକରଣ କରାଇବା ପାଇଁ ସରକାରଙ୍କୁ, ପୋଷ୍ଟ କାର୍ଡ,ଓ ଗାଁ ରେଜୁଲେସନ,ମାଧ୍ୟମରେ ଆସନ୍ତା 15 ଅଗଷ୍ଟ ସ୍ୱତନ୍ତ୍ର ଗ୍ରାମ ସଭା ରେ ଉପସ୍ଥାପନା କରି ସରକାର ଙ୍କୁ ପ୍ରେରଣା କରିବା ପାଇଁ ସଂଗଠନ ଗାଁ ଗାଁ ରେ ଲୋକଙ୍କୁ ସଚେତନକରିବା ପାଇଁ ଅଭିଯାନ ଆରମ୍ଭ କରିଛି.
ଏହି ଅଭିଯାନ ରେ ସଂଗଠନ କର୍ମୀ ପ୍ରମୋଦା ନାୟକ, ଶାନ୍ତିଲତା ନାୟକ, ସାରଳା ପ୍ରଧାନ ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ଅଲିଫ ଦିଗାଲଏବଂ ପବିତ୍ର ପ୍ରଧାନ କୃଷକ ସାଥି ରାମଜୟ ପ୍ରଧାନ ୟଙ୍ଗ ଇଗଲ ମୋ ଚାଟ ଶାଳୀ ସ୍ବେଛାସେବୀ,ଏବଂ ଗ୍ରାମର ର ବହୁ ଚାଷୀ ଉପସ୍ଥିତ ଥିବା ର ଦେଖିବାକୁ ମିଳିଛି.
report by ନୃସିଂହ ଚରଣ ଦାଶ
