ବିରିଡି ବ୍ଲକ ଅଣଖିଆ ଠାରେ କନାରା ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Date-10/09/25- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଓ ପୂରଣ ଗ୍ରାମ ସ୍ଥିତ କାନାରା ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଅଣଖିଆ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ନିଷ୍କ୍ରିୟ ହୋଇ ଯାଇଥିବା ବ୍ୟାଙ୍କ ଖାତାକୁ Re-kyc କରି ସଚଳ କରିବା, ପ୍ରଧାନମନ୍ତ୍ରୀ ଧନଜନ ଯୋଜନାରେ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ନାମାଙ୍କନ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ନାମାଙ୍କନ, ଅଟଳ ପେନସନ ଯୋଜନାରେ ନାମାଙ୍କନ ଆଦି କିପରି କରାଯିବ ଏବଂ ଏହାଦ୍ୱାରା ଗ୍ରାହକ ମାନଙ୍କୁ କି ଫାଇଦା ହେବ ସେ ନେଇ ଅବଗତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ମହା ପ୍ରବନ୍ଧକ ଅନିତା ପଟନାୟକ, କାନାରା ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ବରୁଣ ସିଂ ଠାକୁର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଗ୍ରାମାଞ୍ଚଳ ଗ୍ରାହକ ମାନଙ୍କୁ ସଚେତନ କରାଇଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ ଶାଖା ପ୍ରବନ୍ଧକ ଅବିନାଶ କୁମାର ଏବଂ ଦିନେଶ କୁମାର ବେହେରା ପରିଚାଳନା କରିଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ର୍ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ ।
