ବିଜୁ ବାବୁଙ୍କ ଜୟନ୍ତୀ ରେ ପଞ୍ଚାୟତି ରାଜ ଦିବସ ବାତିଲ ନେଇ ଭଦ୍ରକ ପଞ୍ଚାୟତ ସମିତି ସମ୍ମୁଖରେ ଧାରଣା

ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଦିବସ ମାର୍ଚ୍ଚ ୫ରେ “ପଞ୍ଚାୟତିରାଜ ଦିବସ” ପାଳନ ନ କରିବା ଅତି ଦୁର୍ଭାଗ୍ୟଜନକ, ବିଜୁ ବାବୁଙ୍କ କୃତିକୁ ମଳିନ କରିବାକୁ ରାଜ୍ୟର ବିଜେପି ସରକାର ହୀନ ଉଦ୍ୟମ କରୁଛନ୍ତି ।ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ମାର୍ଚ୍ଚ ୬ରେ ସାରା ରାଜ୍ୟରେ ପ୍ରତିବାଦ ସଭା ଡାକରା ଦିଆଯାଇଥିଲା।

ଏହି ନିଷ୍ପତି କ୍ରମେ ବିଜୁ ଜନତା ଦଳର ପୂର୍ବତନ ଭଦ୍ରକ ବ୍ଲକ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ବରେ “ଭଦ୍ରକ ବ୍ଲକ ଅଫିସ” ସମ୍ମୁଖରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଆୟୋଜିତ ହୋଇ ଯାଇଅଛି।ଉକ୍ତ ସଭାରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ ଏବଂ ବିଜୁ ଜନତା ଦଳର ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ନେତୃତ୍ବ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *