କ୍ୟାନସର କେୟାର ଟ୍ରଷ୍ଟ ପୁରୀ ପକ୍ଷରୁ ୩ ଦିନିଆ ଆଲୋଚ଼ନା ଚକ୍ର
ତା ୧୬/୧/୨୬ ବିଭିର୍ନ କାରଣ ରୁ ବର୍ତମାନ ଆମ ଦେଶ ଓ ରାଜ୍ୟ ରେ କ୍ୟାନ୍ସର ବା କର୍କଟ ରୋଗ ସଂଖ୍ୟା ବଢ଼ିବାରେ ଲାଗିଛି, ଏପରିକି ପାନ, ଗୁତୁଖା, ନିଶା ଦ୍ରବ୍ୟ ସେବନ ତମାଖୁ ସେବନ କରିବା ଦ୍ଵାରା ମୁଖ ଦ୍ଵାର ରେ କର୍କଟ ଓ ସ୍ତନ କର୍କଟ ଶୀର୍ଷ ସ୍ଥାନ ରେ ପହଞ୍ଚାଇବା ଦେଖିବାକୁ ମିଳୁଛି,ଏସବୁ କର୍କଟ ରୋଗ ର ନିରାକରଣ ପାଇଁ ନୁର୍ତନ ପଦ୍ଧତି ରହିଛି, ଏବଂ ଆଉ ନୁଆଁ କର୍କଟ ରୋଗ ଦେଖା ଦେଇଛି କି ନାହିଁ,ସେ ସମ୍ପର୍କ ରେ ଆଲୋଚନା କରିବା ପାଇଁ କ୍ୟାନ୍ସର କେୟାର ଟ୍ରଷ୍ଟ ପୁରୀ ରେ ଆରମ୍ଭ କରିଛି ୩ଦିନିଆଁ ଆଲୋଚନା ଚକ୍ର,ଏବଂ ଆଜି ଉଦ୍ଘାଟନ କରାଯାଇଛି,ଏଥିରେ ଅତିଥି ଭାବରେ,,ସତ୍ୟବ୍ରତ ଦାଶ ପ୍ରମୁଖ

ଯୋଗଦେଇ କର୍କଟ ରୋଗକୁ କେହି ଭୟ ନ କରି ଲଖ୍ୟଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବାକୁ ଜଣାଇଛନ୍ତି,କାର୍ଯ୍ୟକ୍ରମ ର ମୁଖ୍ୟ ଆୟୋଜକ କମିଟି ସଦର୍ସ୍ୟ ତଥା ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ସୁଶାନ୍ତ କୁମାର ପାଇକେରାୟ,ଏହି ଅବସରରେ କହିଛନ୍ତି କର୍କଟ ରୋଗ ର ସଫଳ ମୁକାବିଲା କରାଯିବା ପାଇଁ ଏଭଳି ସମ୍ମିଳନୀ ର ଆବଶ୍ୟକ ରହିଥିଲା,ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ବରିଷ୍ଠ ବିଶେଷତ୍ୱ ଓ ଡାକ୍ତର ଏଥିରେ ଯୋଗ ଦେବେ,ସମସ୍ତ ଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ସେମାନଙ୍କ ମତାମତ ରୁ ଅନେକ ସୁଫଳ ମିଳିବ ବୋଲି କହିଛନ୍ତି ଡ଼ଃ ପାଇକେରାୟ
