ଖୋର୍ଦ୍ଧା ରେ ବିଜେଡି ର ମହମବତୀ ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ଏକାଠି ହେଲେ ହିନ୍ଦୁ ମୁସଲିମ

ଖୋର୍ଦ୍ଧା ରେ ବି ଜେ ଡି ର ମହମବତୀ ଶୋଭାଯାତ୍ରା
ଆତଙ୍କବାଦ ବିରୋଧରେ ଏକାଠି ହେଲେ ହିନ୍ଦୁ ମୁସଲିମ
ଖୋର୍ଦ୍ଧା:୧୪/୦୪/୨୫:
କାଶ୍ମୀର ପହଲଗାମରେ ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣକୁ ନିନ୍ଦା କରି ଆଜି ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ଏକ ମହମବତୀ ଶୋଭାଯାତ୍ରା ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ ଠାରୁ ବାହାରି ପୁରୁଣା ବସ ଷ୍ଟାଣ୍ଡ ଦେଇ ନୟାଗଡ଼ ରୋଡ ସ୍ଥିତ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା।ଏହି ଶୋଭାଯାତ୍ରାରେ ବହୁ ହିନ୍ଦୁ,ମୁସଲିମ ଭାଇ ମାନେ ଯୋଗଦେଇ ଆତଙ୍କବାଦ ବିରୋଧୀ ନାରା ଦେଇଥିଲେ।

ଖୋର୍ଦ୍ଧା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ତିନିଶହ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ବିଜୁ ଜନତା ଦଳ ପ୍ରାର୍ଥୀ ମନ୍ମଥ ରାଉତରାୟ,ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ,ସମିତିସଭ୍ୟ,ୱାର୍ଡ ମେମ୍ବର,କାଉନସିଲର ମାନେ ଯୋଗ ଦେଇଥିଲେ।ଆତଙ୍କବାଦ ର କୌଣସି ଧର୍ମ ନାହିଁ ,ଆମେ ସବୁ ଭାରତୀୟ ଏକ ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ ବୋଲି ମନ୍ମଥ ରାଉତରାୟ ନିଜ ମତ ରଖିଥିଲେ।ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହି ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀ ଙ୍କ ଆତ୍ମା ର ସଦ୍ଗତି କାମନା କରିଥିଲେ।ରାଜେନ୍ଦ୍ର କୁମାର ସାହୁ ଭାରତ ସରକାର ଆତଙ୍କବାଦ ବିରୋଧରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅବ୍ୟକ୍ତ ହରିହର ଖାଡଙ୍ଗା,ଶୁଭକାନ୍ତ ମହାପାତ୍ର,ଜନାର୍ଦ୍ଦନ ପ୍ରଧାନ,ଅମିୟ ମହାନ୍ତି,ବିରଞ୍ଚି ନାରାୟଣ ଜେନା,ସତ୍ୟପ୍ରକାଶ ସାହୁ,ବ୍ରହ୍ମାନନ୍ଦ ଜେନା ପ୍ରମୁଖ ଏହି ଶୋଭାଯାତ୍ରା ର ସଂଯୋଜନା କରିଥିଲେ।ଶ୍ରୀ ସାହୁ
ଓଡ଼ିଶା ମାଟିର ପୁଅ ତଥା ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଭାରତୀୟଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *