ବ୍ୟାସନଗର ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ବ୍ୟାସନଗର ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଜିଲ୍ଲାରେ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ୟାସନଗର ବିଜେଡି ପକ୍ଷରୁ ମଧ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ଆଜି ବିଜେଡି ଅଭିଯୋଗ କରିଛି l ଏହି ଘଟଣାରେ ରାଜ୍ୟ ସରକାରଙ୍କ ଅଭିଯୋଗ କୁ ଦର୍ଶାଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି ବ୍ୟାସନଗର ବିଜେଡ଼ି l ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ବ୍ୟାସନଗର ପୌର ପରିଷଦର ବିଭିନ୍ନ ୱାର୍ଡ ର ଶତାଧିକ ମହିଳା ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
