ଯୁବ କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା

ଯୁବ କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା

କୋଣାର୍କ,୧୫.୦୭- ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ଦୃଢ଼ ନିନ୍ଦା କରି କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗେସ ଦଳ ପକ୍ଷରୁ କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଜଳାଇବା ସହ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗେସ ସଭାପତି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବାରୁ ସେମାନଙ୍କୁ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓବିଶି ସେଲ ସମ୍ପାଦକ ମଲିକ୍ ଏନାମୁଲ, ପ୍ରତାପ କୁମାର କାଣ୍ଡି, ନିରଞ୍ଜନ ଖୁଣ୍ଟିଆ, କାଉନସିଲର ନିହାର ରଞ୍ଜନ ବେଉରା, ସ୍ଵାଧୀନ ନାୟକ, ଲୋକନାଥ ବେହେରା, ଦେବରାଜ ନାୟକ, ସୌମ୍ୟ ଲେଙ୍କା, କୁର୍ଷ୍ଣ ଚନ୍ଦ୍ର ବେହେରା, ବୁଧନାଥ କାଣ୍ଡି, ଓଏସ୍ କୁମାର ଜେନା , ମନୋରଞ୍ଜନ ବେହେରା, ଚନ୍ଦନ କାଣ୍ଡି, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *