ପିପିଲିର କିନ୍ନର ଆତ୍ମର ସଦଗତି ପାଇଁ ସିଂହଦ୍ଵାର ରେ ଦୀପଦାନ
ଓଡ଼ିଶା କିନ୍ନର ଆଖଡା ଓ ପୁରୀ ଜିଲ୍ଲା କିନ୍ନର ସଂଘ ମିଳିତ ଆନୁକୂଲ୍ଯରେ ପିପିଲିର କିନ୍ନର ଅଞ୍ଜଳିଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇଛି । ସୂଚନା ମୁତାବକ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ଉତ୍ତରାଛକ ସିଫା ନିକଟରେ କିନ୍ନର ଅଞ୍ଜଳିକୁ କୌଣସି କାରଣକୁ ନେଇ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା l ଗତକାଲି କିନ୍ନରକୁ ହତ୍ୟା କରିଥିବା ଜଣେ ଦୁର୍ବୃତ୍ତକୁ ପୁରୀ ପୋଲିସ ଏନକାଉଣ୍ଟର କରିଥିଲା l କିନ୍ତୁ ଏଇ ହତ୍ୟା ପଛରେ କେତେଜଣ ଅଛନ୍ତି କେଉଁଥିପାଇଁ ମାରିଲେ ସବୁର ପର୍ଦାଫାଶ କରାଯିବା ସହ ଦୋଷୀ ଙ୍କୁ କଠୋର ଦଣ୍ଡ ଦେବା ପାଇଁ କିନ୍ନର ସଙ୍ଘ ପକ୍ଷରୁ ଦାବି କରାଯାଇଛି ଏବଂ ଏହି ଘଟଣାରେ ଉପଯୁକ୍ତ କ୍ଷତି ପୂରଣ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି l
