ଗଡ଼ଅମର ପ୍ରସାଦ ପାଣି ଟାଙ୍କି ଠାରେ କାର ବାଇକି ଧକା ଦୁଇ ଗୁରୁତ୍ୱ
ଚାରିଛକ :- ୧୦/୦୧ ଚାରିଛକ ଥାନା ଅନ୍ତର୍ଗତ ଅମରେଶ୍ଵର ନିକଟ ଗଡ଼ ଅମରପ୍ରସାଦ ଠାରେ ଥିବା ପାଣି ଟାଙ୍କି ନିକଟ ବୁଲାଣିରେ ଆଜି ୫ ଟା ସମୟରେ କାର ସହିତ ବାଇକି ଧକା ହେବାରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ ଆଜି ବୁଧବାର ଦିନ ପୂର୍ବାହ୍ନରନ ୫ ଟା ସମୟରେ ଚାରିଛକ ଥାନା ଅନ୍ତର୍ଗତ ଅମରେଶ୍ଵର ନିକଟ ଗଡ଼ ଅମର ପ୍ରସାଦ ପାଣି ଟାଙ୍କି ବୁଲାଣି ଠାରେ ଏକ କାର ସହ ବାଇକି ଧକା ହୋଇଛି ।ଯାହା ଫଳରେ ଦୁଇ ଜଣ ଙ୍କ ଗୁରୁତ୍ୱ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଏହି ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ।ସେଠାରେ ତାଙ୍କର ଅବସ୍ଥା ଅତି ଶୋଚନୀୟ ହେବାରୁ ଡାକ୍ତର କ୍ୟାପିଟାଲ ହସିପିଟାଲ କୁ ପଠାଇ ଦେଇଛନ୍ତି । ଚାରିଛକ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ ଗୁରୁତ୍ୱ ହୋଇଥିବା ଦୁଇ ବ୍ୟକ୍ତି ଙ୍କ ଘର ଚାରିଛକ ଥାନା ନିକଟସ୍ଥ ପଥରପଦା ଗ୍ରାମର ପିତା ପ୍ରତାପ ନାୟକ(୬୦) ପୁଅ ତ୍ରିଲୋଚନ ନାୟକ (୨୨)ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।ଏହି ବୁଲାଣି ସ୍ଥାନରେ ରାସ୍ତା ଉପରକୁ ମାଡି ଏକ ବିଦ୍ୟୁତ ଖୁଣ୍ଟି ରହିଥିବାରୁ ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଯଦି ଏହି ଇଲେକ୍ଟ୍ରି ଖୁଣ୍ଟିଙ୍କୁ ରାସ୍ତା ଉପରୁ ତଳ କୁ ଘୁଞ୍ଚା ନ ଯାଏ ତାହାଲେ ଆଗକୁ ଆହୁରି ଦୁର୍ଘଟଣା ମାନ ଘଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
