ପିସିଆର ଭ୍ୟାନକୁ ଧକ୍କା ଦେଲା କାର, ୮ଆହତ

କୋଣାର୍କ, ୨୭/୭ – କୋଣାର୍କ- ପୁରୀ ବେଳାମାର୍ଗ ରାସ୍ତାର ନିଆଖିଆ ବ୍ରିଜ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଟୁରିଷ୍ଟ ପୋଲିସ ପିସିଆର ଭ୍ୟାନକୁ ଏକ କାର ଧକ୍କା ଦେବାରେ ଟୁରିଷ୍ଟ ପୋଲିସ ଭ୍ୟାନରେ ଥିବା ୩ ପୋଲିସ କର୍ମଚାରୀଙ୍କ ସମେତ କାରରେ ଥିବା ୫ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡେକି ରବିବାର ଅପରାହ୍ନ ୧୨ଘଟିକା ସମୟରେ ପୁରୀ ପଟୁ କୋଣାର୍କ ଆସୁଥିବା ଏକ କାର ନଂ ଓଡି- ୦୨- ସିଏଲ- ୫୬୭୦ ରାସ୍ତା ପାର୍ଶ୍ଵରେରେ ଠିଆ ହୋଇଥିବା ଟୁରିଷ୍ଟ ପୋଲିସ ପିସିଆର ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା।

ଫଳରେ କାରରେ ଥିବା ପର୍ଯ୍ୟଟକଙ୍କ ସମେତ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ରାମଚଣ୍ଡୀ ଥାନା ଅଧିକାରୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ମେଡ଼ିକାଲକୁ ପଠାଇଥିଲେ। କାର ଚାଳକଙ୍କ ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଯାଇଥିବା ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *