କିଶୋରୀ ମାନଙ୍କୁ କ୍ୟାରିଅର କାଉନସେଲିଂ ସହାୟତା
ପୁରୀ ୪/୪ କିଶୋର କିଶୋରୀ ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବା ସହ ଦେଶ ପାଇଁ ଉନ୍ନତ ସମ୍ବଳ ସୃଷ୍ଟିରେ ସହାୟକ ହେବ ବୋଲି ମତ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ସର୍କିଟ ହାଉଛି ଠାରେ ଦୁଇ ଦିନିଆ କିଶୋରୀ ମାନଙ୍କ ଭବିଷ୍ୟତ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଅଦ୍ବିକା କାର୍ଯ୍ୟକ୍ରମ ର ଅଂଶବିଶେଷ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ ମାଟ୍ରିକ ଓ ଯୁକ୍ତ ଦୁଇ ପରେ ପିଲା ମାନଙ୍କ ଭବିଷ୍ୟତ ପାଇଁ ମାତାପିତା ଓ ଅଭିଭାବକ ଙ୍କ ସହ ପିଲା ଟି ମଧ୍ୟ ଚାପରେ ଥାଏ।ସେମାନ ଙ୍କୁ ଏହି ଭଳି କାଉନସେଲିଂ ମାଧ୍ୟମରେ ସଚେତନ କରାଯାଇ ପାରିଲେ,ସେମାନଙ୍କ ଦକ୍ଷତା ବିକାଶ କରାଯାଇ ପାରିଲେ ସେମାନେ ରାଜ୍ୟ ଓ ଦେଶ ପାଇଁ ଗୌରବଶାଳୀ ହୋଇ ବାହାରିବେ।ପିଲା ମାନେ ସେମାନଙ୍କ ଲକ୍ଷ୍ୟ ସ୍ଥିର କରି କଠିନ ଅଧ୍ୟବସାୟୀ ହେବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ପିଲା ମାନଙ୍କୁ ସଠିକ ବାଟ ଦେଖାଇବା ଓ ସେମାନଙ୍କ ମନରେ ଆତ୍ମବିଶ୍ବାସ ଉଦ୍ରେକ କରିବା ଏହି ଦୁଇ ଦିନିଆ କର୍ମଶାଳା ର ଉଦ୍ଦେଶ୍ୟ ବୋଲି କହିଥିଲେ।ଏଥିରେ ମାଷ୍ଟର ଟ୍ରେନର ଭାବେ ପୁରୀ ଆଇଟିଆଇ ର ଅନିତା ଜଗଦ୍ଦେବ ଓ ଦେବ ପ୍ରସାଦ ମହାପାତ୍ର ଯୋଗ ଦେଇ ପିଲା ମାନଙ୍କର ଉପଯୋଗୀ ବିଭିନ୍ନ ଶିକ୍ଷା ଓ ଦକ୍ଷତା ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ର ପ୍ରଭା ଦେଇ,ବାଲ୍ୟବତୀ ମହାନ୍ତି ପ୍ରମୁଖ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।
