କ୍ୟାରିଅର କାଉନସେଲିଂ କିଶୋରୀ ମାନଙ୍କୁ ସହାୟତା

ଦେବପୁରୀ ୫/୪ ସର୍କିଟ ହାଉସ ଠାରେ ଆଜି ପୂର୍ବାହ୍ନରେ କୃଷ୍ଣ ପ୍ରସାଦ, କଣାସ, ଡେଲାଙ୍ଗ, ପିପିଲି, ନିମାପଡା ଓ କାକଟପୁର ବ୍ଲକର କିଶୋରୀ ମାନଙ୍କୁ ଭବିଷ୍ୟତ ଗଢିବା ସମ୍ପର୍କରେ ମାର୍ଗଦର୍ଶନ କରାଯାଇଥିଲା। ସେମାନେ ଯେମିତି ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବେ ଓ ନିଜ ପରିବାର ଏବଂ ଦେଶ ପାଇଁ ଉନ୍ନତ ସମ୍ବଳ ଭାବେ ଉଭା ହେବେ ସେଥିପାଇଁ ଏହି ଦୁଇ ଦିନିଆ କର୍ମଶାଳା ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ନିଜ କ୍ୟାରିଅର ଗଠନ ପାଇଁ ଏହି କର୍ମଶାଳା ପିଲା ମାନ ଙ୍କୁ ନୂତନ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆଶା କରିଥିଲେ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ପିଲା ମାନଙ୍କୁ ସେମାନଙ୍କ ଭବିଷ୍ୟତ ପାଇଁ ସଠିକ ବାଟ ଦେଖାଇବା ଓ ସେମାନଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଏହି ଦୁଇ ଦିନିଆ କର୍ମଶାଳା ର ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ।ଏଥିରେ ପୁରୀ ଆଇଟିଆଇ ର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ ଙ୍କ ପରାମର୍ଶ କ୍ରମେ ମାଷ୍ଟର ଟ୍ରେନର ଭାବେ ଆଇଟିଆଇ ର ପ୍ରଶିକ୍ଷକ ଦେବ ପ୍ରସାଦ ମହାପାତ୍ର, ଅନିତା ଜଗଦ୍ଦେବ, ଟାଟା ଷ୍ଟ୍ରାଇଭର ପ୍ରୋଜେକ୍ଟ ମ୍ୟାନେଜର ପ୍ରତାପ ଚନ୍ଦ୍ର ପ୍ରଧାନ, ମହେଶ୍ବତା ପାଢ଼ୀ ଯୋଗ ଦେଇ ପିଲା ମାନଙ୍କର ଉପଯୋଗୀ ବିଭିନ୍ନ ଶିକ୍ଷା, ସୂଚନା, କ୍ୟାରିଅର ଗଢିବାର କୌଶଳ, ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଓ ଦକ୍ଷତା ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ର ପ୍ରଭା ଦେଇ,ବାଲ୍ୟବତୀ ମହାନ୍ତି ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *