ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ

ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଭଦ୍ରା ବେହରଣ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ କକ୍ଷରେ ନଭେମ୍ବର ମାସ‌‌ କୋଡ଼ିଏ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ତଥା ବିଶିଷ୍ଟ ଶିକ୍ଷାବିତ୍ ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନ‌ଙ୍କୁ ମଣିଷ ପରି ମଣିଷ‌‌‌ ହେବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ରାଉତ ପୂର୍ବତନ ମହାମହିମ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଉକ୍ତି କୁ ଉଦାହରଣ ଦେଇ ଡ୍ରିମ୍ ଡ୍ରିମ୍ ଡ୍ରିମ୍ ପ୍ରୋମିଜ୍ ପ୍ରୋମିଜ୍ ପ୍ରୋମିଜ୍ ଆକ୍ସନ ଆକ୍ସନ ଆକ୍ସନ ମାଧ୍ୟମରେ ଅଧ୍ୟବସାୟ କରି ମଣିଷ ପରି ମଣିଷ‌‌‌ ହେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଯୋଗଦେଇ ନିଜକୁ ଭଲ ମଣିଷ ଟିଏ ହେବାପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀମାନେ ସେମାନେ ନିଜେ ସ୍ବପ୍ନ ଦେଖି କଠିନ ପରିଶ୍ରମ କରି ବାପା ମାଆଙ୍କ ସ୍ବପ୍ନ କୁ ସାର୍ଥକ କରିବା ପାଇଁ ପରାମର୍ଶ ଦେଇଥିଲେ। ଉଭୟ ଅତିଥି ଭବିଷ୍ୟତ ଜୀବନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଦିଲ୍ଲିପ କୁମାର ମହାଳିକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମିତା ରଥ,ମାନସୀ ରାଉତ, ଶିକ୍ଷକ ଦିପକ କୁମାର ସାହୁ,ଜଳଧର ବେହେରା ଓ ରଞ୍ଜିତ କୁମାର ବେହେରା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *