ଅନଲାଇନ ସଂସ୍ଥା ବିରୋଧରେ ସାଇବର ଥାନାରେ ମାମଲା

ଅନଲାଇନ ସଂସ୍ଥା ବିରୋଧରେ ସାଇବର ଥାନାରେ ମାମଲା, whats appAnchor-ପୁଣି ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ନାମରେ ଭୋଗ ବିକ୍ରି କରିବା ଘଟଣା ନେଇ ଆଜି ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି l ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ l ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି l ବ୍ରଜମେଳା ଅନଲାଇନ ଆପରେ ଖଜା ଓ ନିର୍ମାଲ୍ୟ ବିକ୍ରି ଘଟଣାକୁ ନେଇ ନିନ୍ଦା କରାଯାଇଥିବାବେଳେ ସମ୍ପୃକ୍ତ ସଂସ୍ଥା ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ଦାବି କରିଛି l ବ୍ରଜମେଳା ଅନଲାଇନ ଆପରେ ଖଜା 1kg କୁ ୧୨୦୦ ଟଙ୍କା ରହିଥିବାବେଳେ ନିର୍ମାଲ୍ୟ ମଧ୍ୟ ରହିଅଛି l ଏହି ଅନଲାଇନ ସଂସ୍ଥା କିଛି ବ୍ୟକ୍ତିଙ୍କୁ ନିୟୋଜିତ କରି ଏହି କାମ କରାଉଛି କିନ୍ତୁ ପ୍ରଶ୍ନ ଉଠୁଛି ଅନଲାଇନ ଯୋଗେ ଅର୍ଡର କରିଥିବା ଭକ୍ତ ଜଣଙ୍କ ସଠିକ ଭାବେ ମହାପ୍ରସାଦ ପାଉଛନ୍ତି ନା ଠକେଇ ଶିକାର ହେଉଛନ୍ତି | ଗତ କିଛି ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିର ଗାରିମା ଓ ସଂସ୍କୃତି କ୍ଷୁର୍ଣ୍ଣ କଲେ ସାତବର୍ଷ ଜେଲଦଣ୍ଡ ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଏହା କେବେ ଲାଗୁ ହେବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି l

Leave a Reply

Your email address will not be published. Required fields are marked *