ବ୍ୟାଟେରୀ ଗାଡିରେ ଆସି ୨୨ଦୋକାନରୁ ସିସିଟିଭି କ୍ୟାମେରା ଚୋରି

Date:- 11/09/2025Place:- Bhadrak :- : ଚୋରି ହୋଇଗଲା ଚୋରଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲଗା ଯାଇଥିବା ସିସିଟିଭି କ୍ୟାମେରା । ଚୋରଙ୍କ ଠାରୁ ବ୍ୟବସାୟର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗୁଥିବା ବେଳେ ସିସିଟିଭି କ୍ୟାମେରା ଲୁଟୁଛନ୍ତି ଲୁଟେରା । ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ ପ୍ରାୟ ୨୨ରୁ ଉର୍ଦ୍ଧ ସିସିଟିଭି ଲୁଟିନେଲେ ଲୁଟେରା । ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି ।ସିସିଟିଭିରେ ରେକର୍ଡ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ କଳା ରଙ୍ଗର ବ୍ୟାଟେରୀ ଗାଡ଼ିରେ ଆସି ବିଳମ୍ବିତ ରାତିରେ ଦୁଇ ଜଣ

ଯୁବକ ସହର ସାରା ବୁଲି ବୁଲି ବିଭିନ୍ନ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଚୋରି କରୁଥିଲେ। ଜଣେ ଯୁବକ ଗାଡ଼ି ରେ ବସିଥିବା ବେଳେ ଅନ୍ୟ ଯୁବକ ଜଣକ ମୁହଁରେ ରୁମାଲ ବାନ୍ଧି କ୍ୟାମେରା ଚୋରି କରିଥିବା ଦେଖିବାପାଇଁ ମିଳିଛି ।ଭଦ୍ରକ ଏସପି ଅଫିସ ସାମ୍ନା , ନରିପୁର, ବନ୍ତଛକ, ଆରଡ଼ି ଛକ ପରି ଅନେକ ଛକ ଦୋକାନ ମାନଙ୍କରେ ଲାଗିଥିବା ୨୨ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲୁଟ୍ ହୋଇଛି । ଭଦ୍ରକର ଅତିରିକ୍ତ ଏସପି କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି କହିଛନ୍ତି।

Leave a Reply

Your email address will not be published. Required fields are marked *