ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବେଗୁନିଆପଡ଼ା ସି ଡ଼ି ପି ଓ

ସନ୍ଧ୍ୟାରାଣୀ ବ୍ରହ୍ମପୁର :-୨୭/୧୧ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ମାସକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ଦୀର୍ଘ ୮ ବର୍ଷ ଧରି ବେଆଇନ ଭାବେ ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀ ଶେଷରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି I ବୁଧବାର ପୂର୍ବାହ୍ନରେ ବେଗୁନିଆପଡ଼ା ବ୍ଳକ ପରିସରରେ ଥିବା ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଅଭିଯୋଗ ଅନୁଯାୟୀ ବେଗୁନିଆପଡ଼ା ବ୍ଲକ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡା ଅଙ୍ଗନଓ୍ବାଡି ସହାୟିକଙ୍କ ୧୮ ମାସର ବକେୟା ଦରମା ପ୍ରଦାନ କରିବା ପାଇଁ ମ୍ୟାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଅଭିଯୋଗକାରୀଣୀ ସହାୟିକା ତ୍ରିବେଣୀ ବେହେରା ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ I ସିଡିପିଓ ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା I ପରେ ସିଡିପିଓଙ୍କ ଅଫିସ୍ ଏବଂ ସରକାରୀ କ୍ୱାଟର ରେ ରେଡ଼ କରାଯାଇଛି l ସେହି କ୍ରମରେ ସିଡିପିଓଙ୍କ ଜିଲ୍ଲା ବାହାରେ ରହିଥ‌ିବା ଅନେକ ସ୍ଥାନରେ ଥିବା ଘର ଉପରେ ମଧ୍ଯ ଚଢାଉ କରାଯାଉଛି I ଭିଜିଲାନ୍ସ ପକ୍ଷରୁ ୨୦/ ୨୦୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି I । ଗତ କିଛି ଦିନ ତଳେ ପଞ୍ଚାୟତ ସମିତି ବୈଠକରେ ସିଡିପିଓଙ୍କ ଦୁର୍ନୀତିକୁ ନେଇ ମଧ୍ୟ ବହୁ ଜନପ୍ରତିନିଧ ଅଭିଯୋଗ କରିଥିଲେ। ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି।

Leave a Reply

Your email address will not be published. Required fields are marked *