ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ସନ୍ଦେହ ଘେରରେ ସିଡିପିଓଙ୍କ କାର୍ଯ୍ୟକଳାପ I

କନ୍ଧମାଳ, ଅଙ୍ଗନବାଡ଼ି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ I ସୂଚନା ଅନୁଯାୟୀ, ମଣିପଦର ଅଙ୍ଗନଓ୍ବାଡି ୱାର୍କର ଅକାଳ ମୃତ୍ୟୁ ପରେ ଗତ ଜୁଲାଇ ମାସରେ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନଓ୍ବାଡି କର୍ମୀଙ୍କ ପଦବୀ ଖାଲିପଡିଥିଲା। ଏହି ପଦବୀ ପୂରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପରେ ମଣିପଦର ଗାଁର ୧୫ ଜଣ ଆଶାୟୀ ମହିଳା ଓ ଯୁବତୀ ଅଙ୍ଗନଓ୍ବାଡି କର୍ମୀ ପାଇଁ ଆବେଦନ କରିଥିଲେ। ଆବେଦନ ପରେ ଯାଞ୍ଚ ପ୍ରକ୍ରିୟାରେ ମଣିପଦର ଗାଁର ୧୪ ଜଣ ମହିଳା ଏବଂ ଜଣେ ଅସହାୟ ବାପା ମା’ ଛେଉଣ୍ଡ ଝିଅ ଅଧିକ ମାର୍କ ଥିବା ସତ୍ୱେ କର୍ମୀ ନିଯୁକ୍ତିରେ ପାଇନଥିଲେ। ହେଲେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ଜଣେ ଅବିବାହିତା ଯୁବତୀକୁ ନିଯୁକ୍ତି ଦେଇଥିବାରୁ ମଣିପଦର ଗ୍ରାମବାସୀ ବିରୋଧ କରିଥିଲେ । ଏଥି ସହିିତ ଆଶାୟୀ ଆବେଦନ କାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି l ଯାହାକୁ ନେଇଁ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଏହି ଅନିୟମିତତା ନେଇଁ ଅଭିଯୋଗ କରିବା ପରେ କେହି ଶୁଣିନଥିଲେ। ତେବେ ବାଧ୍ୟ ହୋଇ ୨୮ ତାରିଖ ମଙ୍ଗଳବାର ଦିନ ଠାରୁ ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଅଙ୍ଗନଓ୍ବାଡି ଆଗରେ ଧାରଣା କରିଥିଲେ। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପଡ଼ି ରହିବ ବୋଲି କହିଛନ୍ତି ଗ୍ରାମବାସୀ I ଅନ୍ୟପଟେ ଏହି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ପରେ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି I ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ନୂତନ ଭାବରେ ନିଯୁକ୍ତି ଦିଆହଇଥିବା ଯୁବତୀ ଜଣକ କିଛିଦିନ ତଳେ ସେହି ମଣିପଦର ଶାନ୍ତିନଗର ଗାଁର ଜଣେ ଯୁବକଙ୍କୁ ସ୍ଥାନୀୟ ଏକ ମନ୍ଦିରରେ ବିବାହ କରିଥିବା ସୂଚନା ମିଳିଥିବା ବେଳେ ସେ ମଣିପଦର ଗାଁ ର ସ୍ଥାନୀୟ ବାସିନ୍ଦା ହୋଇନଥିବା ବେଳେ କିଭଳି ଭାବରେ ସେ ବାସିନ୍ଦା ପ୍ରମାଣ ପତ୍ର ପାଇଲେ ତାକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀଙ୍କ ସହ ଆବେଦନ କାରି ମାନେ I ସେପଟେ ଏହି ଅଙ୍ଗନବାଡି କର୍ମୀ ଚୟନ ପ୍ରକ୍ରିୟା ର ନିୟମ ଅନୁସାରେ ଜଣେ ବାପ ମା ଛେଉଣ୍ଡ ଝିଅ କୁ ଅଗ୍ରାଧିକାର ଦେବା କଥା ସେହି ଝିଅ ର ଯୁକ୍ତ ଦୁଇ ମାର୍କ ମଧ୍ୟ ଚାକିରୀ ପାଇଥିବା ଝିଅ ଠାରୁ ଅଧିକ ରହିଛି I ତଥାପି କଉ ପରିସ୍ଥିତିରେ ଓ କାହା ଚାପରେ ପଡି ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ୟ ପଞ୍ଚାୟତ ରୁ ଆସି କିଛିଦିନ ତଳେ ଚାକିରୀ ପାଇବା ଲୋଭରେ ବାହା ହୋଇଯାଇଥିବା ଯୁବତୀଙ୍କୁ ଚୟନ କଲେ ତାକୁନେଇ ଏବେ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *