ବିଜୁ ଜୟନ୍ତୀ ପାଳିତ
ନୟାଗଡ଼,୨ା୩(): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ବ୍ଲକ ସଭା ଗୃହରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ବାବୁ ସାହାସ ଓ ଧର୍ଯ୍ୟର ପ୍ରତୀକ ଥିଲେ ବୋଲି କହିଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ବ୍ୟକ୍ତି ବିଜୁ ଜନତା ଦଳକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ , ନୟାଗଡ଼ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର

ମହାପାତ୍ର, ନୟାଗଡ଼ ନଗର ସଭାପତି ଦାଶରଥି ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜେଡି ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ନଇମ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର ପ୍ରମୂଖ ଉପସ୍ଥିତ ରହିଥିଲେ ।
