ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶୁଭ ଆଗମନ ଉତ୍ସବ ପାଳିତ.
ଜଗତ୍ସିଂହପୁର ଜିଲ୍ଲା ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ରାହାମା ଠାରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶୁଭ ଆଗମନ ଉଦବୋଧନି ସ୍ମୃତି ଉତ୍ସବ ଓ ପ୍ରତିଷ୍ଠା ଦିବସ ତା 22-12-2024 ରିଖ ରବିବାର ଦିନ ମହାସମାରୋହରେ ପାଳନ ହୋଇଯାଇଛି.ଏହି ସଭାରେ ଆଚାର୍ଯ୍ୟ ଦେବ ମଣିଷର ଆଚାର ବ୍ଯବହାର ଓ ଚାଲିଚଳନ ଉପରେ ମତବ୍ୟକ୍ତ କରିଥିଲେ. ବ୍ରାହ୍ମମୁହୂର୍ତ୍ତରେ ବେଦ ମାଙ୍ଗଳିକ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ,ପ୍ରାତଃ ସମବେତ ବିନତି ପ୍ରାର୍ଥନା ,ନଗରପରିକ୍ରମା,ସଙ୍ଗୀତଞ୍ଜଳି,ସତସଙ୍ଗ ସମାଲୋଚନା ହୋଇଥିଲା.

ଓଡ଼ିଶାର କୋଣଅନୁକୋଣ ରୁ ବହୁ ବରିଷ୍ଠ ସହପ୍ରତି ରିତିକ୍ ଓ ରିତିକ୍ ଦେବତା ମାନେ ଏହି ସଭାରେ ଯୋଗଦେଇ ବିଭିନ୍ନ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ସୂଚନା ଦେଇଥିଲେ. ପିତା ମାତା ହେଉଛନ୍ତି ଜୀବନ୍ତ ଦେବତା ବୋଲି ଏହି ସମିଳନୀରେ କହିଥିଲେ.ଏହି ସଭାରେ ରିତିକ୍ ଦେବତା ମାନେ ଠାକୁର ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଉଦ୍ଦେଶ୍ଯ ରେ କହିଥିଲେ ଯେ ମଣିଷ ଯଦି ନାମ, ଯଜନ ଯାଜନ,ଇଷ୍ଟବୃତ୍ତି ପ୍ରେମରେ କାରିଚାଲେ ଦେଖିବ ତାକୁ କୌଣସି ବିପଦ ଆପଦ ଆସିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଆହୁରି ମଧ୍ୟ କହିଥିଲେ ଯେ “ଟଙ୍କାର ଜତନ କର ବା ନ କର ଲୋକର ଯତନା କରେଇ ଚାଲ ଲକ୍ଷ୍ମୀ କେଶବ ରହିବେ ବନ୍ଧା ବିଭବ ରହିବ ତୁମେ ଅଟଳ(ଠାକୁରଙ୍କବାଣୀ)ରାହାମାର ସମସ୍ତ ଠାକୁରପ୍ରେମୀ ଭାଇ ମାନଙ୍କ ସହଯୋଗରେ ଏହି ମହୋତ୍ସବରେ ବହୁ ଆଡମ୍ବର ସହିତ ସମ୍ପନ୍ନକରାଯାଇଥିଲା.ଶେଷରେ ହଜାର ହଜାର ଭକ୍ତ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରିଥିଲେ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
