ଫୁଲବାଣୀରେ ମହମ୍ମଦ ଙ୍କ ଜନ୍ମ ଦିବସ ପାଳନ ।
କନ୍ଧମାଳ ତା ୦୫/୦୯/୨୦୨୫, ଫୁଲବାଣୀ ସହର ସ୍ଥାନୀୟ ଜ।ମିଆ ମସଜିଦ ରେ ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ଦିନ ମସଜିଦ ର ସଭାପତି ମହମ୍ମଦ ଜିଆ ଉଦିନ ଖାଁ,ସମ୍ପାଦକ ଏମ୍ ଡି ସାହିଲ୍ ଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଥିଲା ।ଏହି ପବିତ୍ର ଦିନରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ପୂର୍ବତନ ବିଧାୟକ ଶ୍ରୀ ଦେବେନ୍ଦ୍ର କହଁର ଯୋଗଦେଇ ଥିଲେ ।ଏହାକୁ ଲକା ଭିମୁଖି କରିବା ପାଇଁ ସ୍ଥାନୀୟ ଜ।ମିଆ ମସଜିଦ ପାଖରୁ ଏକ ସଭାଯତ୍ର। ବାହାରିଥିଲା ।ଏହି ସଭା ଯାତ୍ରାରେ ଶହ ଶହ ମୁସଲମାନ ଭାଇମାନେ ଯୋଗଦେଇଥିଲେ । ସଭାଯାତ୍ର।ରେ ଫୁଲବାଣୀ ସହରର ସମସ୍ତ ଜନସାଧାରଣ ଙ୍କୁ ଚକ୍ଲେଟ୍ ଓ ମିଠା ହାଲୁଆ ବଟନ୍ କରିବାର ଦେଖିବାକୁ ମିଳିଥିଲା ।

ହାତରେ ଜାତୀୟ ପତାକା ଧରି ଭା ରତ ମ।ତ।କି ଜୟ ମହମ୍ମଦ ଙ୍କ ଜୟ ଗାନ କରି ଅତି ସୁନ୍ଦର୍ ରେ ସହର ପରିକ୍ରମା କରି ସମସ୍ତ ବର୍ଗ ଲୋକଙ୍କ ସହିତ ମିଶି ହାତକୁ ହାତ ମିଶାଇ ଭାଇଚାରାର ସନ୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା । ସଂଧ୍ୟା ରେ ନିଜ ଭାଇ ମାନଙ୍କ ଭିତରେ ପ୍ରବଚନ ସୁଣାଇବ।ର ବ୍ୟବସ୍ଥା ,ଓ ଖରା ବେଳେ ସମସ୍ତଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରିଥିବା କଥା ସଭାପତି କହିଥିଲେ । ଭିକାରି ମାନଙ୍କ ପାଇଁ ଦିନ ବେଳ। ସ୍ୱନ୍ତ୍ରତ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା କଥା କହିଥିଲେ ।ଏହି କାର୍ଯ୍ୟକ୍ରମରେ ଏମ୍ ଡି ହପିସ୍, ଏମ୍ ଡି ଲିଆକାତ୍ ହୁସେନ, ବାବର ଅଲି, ଏମ୍ ଡି ଉସମ।ନ୍, ଏମ୍ ଡି ମୁଣୀର ଓ ଅନ୍ୟ ମାନେ ସହଯୋଗ କରିଥିଲେ ।
