ଜାତୀୟ ପ୍ରେସ ଦିବସ ପାଳନ
*ଜାତୀୟ ପ୍ରେସ ଦିବସ ପାଳନ ଅବସର ରେଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ୍ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳନ କରାଯାଇଛି। ପ୍ରେସ୍ ର ସ୍ୱାଧୀନତା, ପତ୍ରକାରିତାର ସତ୍ୟତା ଓ ଦାୟିତ୍ୱପୂର୍ଣ୍ଣ ସମାଜ ଗଢ଼ିବାରେ ଗଣମାଧ୍ୟମର ଅସମାନ୍ୟ ଭୂମିକାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ 16 ନଭେମ୍ବରରେ ଏହି ଦିବସ ପାଳନ ହୁଏ।ଦେଶରେ ବଢ଼ୁଥିବା ତଥ୍ୟବିକୃତି, ଭ୍ରାନ୍ତିସୂଚନା ଓ ସୋସିଆଲ୍ ମିଡିଆର ଚାପ ମଧ୍ୟରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ଶକ୍ତିଶାଳୀ କରିବା ଏହି ବିଷୟର ମୂଳ ଲକ୍ଷ୍ୟ।ଜାତୀୟ ପ୍ରେସ୍ ଦିବସ ଅତୀତକୁ ସ୍ମରଣ କରିବା ପାଇଁ ମାତ୍ର ନୁହେଁ — ଏହା ଗଣମାଧ୍ୟମକୁ ନୀତି, ସତ୍ୟ, ସାହସ ଓ ସାମାଜିକ ଦାୟିତ୍ୱର ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବା ଦିବସ।

1966 ମସିହାରେ ଏହି ଦିନରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ କାର୍ଯ୍ୟକ୍ଷମ ହୋଇଥିବାରୁ ଏହାକୁ ଗଣମାଧ୍ୟମ ଦିବସ ଭାବେ ମାନ୍ୟତା ଦିଆଯାଇଛି। ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ ଏବଂ ଭଦ୍ରକ ଜିଲ୍ଲାର ଅନେକ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଆଜିର ଆଲୋଚ୍ୟ ବିଷୟ *”ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ର ବିଶ୍ୱସନୀୟତା ସଂରକ୍ଷଣ”* ଉପରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ଓ ଅନ୍ୟ ଅଧିକାରୀମାନେ ନିଜ ନିଜର ମତ ରଖିଥିଲେ ଏବଂ ନିରପେକ୍ଷ ପତ୍ରକାରିତା ପାଇଁ ସମସ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
