ସମାଜସେବୀଙ୍କ ୫୦ତମ ଜନ୍ମ ଜୟନ୍ତୀ ପାଳନ ।
ହିଞ୍ଜିଳିକାଟୁ :୨୫/୧/୨୬ ; ସାଧାରଣତଃ ଜନ୍ମଜୟନ୍ତୀ ଉତ୍ସବ ପାଳନ କରାଯାଏ ଯାହାକି ସେହି ବ୍ଯକ୍ତିଙ୍କ ଦ୍ଵାରା ସମାଜର କିଛି ଉପକାର ହୋଇଥାଏ ଓ ଅବଦାନ ରହିଥାଏ । ଆଉ ସେହି ଜନ୍ମ ଜୟନ୍ତୀ ପାଳନ ନେଇ ସମାଜର ବିଭିନ୍ନ ବର୍ଗର ବ୍ଯକ୍ତିଙ୍କୁ ସେଠାରେ ଉପସ୍ଥିତ ରହି ତାଙ୍କର ଦିର୍ଘାୟୁ ଏବଂ ମଙ୍ଗଳକାମନାର ସହ ଆର୍ଶୀବାଦ କରନ୍ତି । ସେପରି ଏକ ନିଆରା ଢଙ୍ଗରେ ସମାଜସେବୀ ଅମ୍ବିକା ପଣ୍ଡାଙ୍କ ୫୦ତମ ଜନ୍ମ ଜୟନ୍ତୀ ଆଜି ପାଳନ କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ମାଁ ଶ୍ୟାମଳାୟୀ ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ଯକ୍ରମ ହୋଇଥିଲା । ପୁର୍ବାହ୍ନ ପ୍ରାୟ ୧୦.୩୦ ମିନଟରେ ସାଧୁସନ୍ଥ ମାନଙ୍କ ଦ୍ବାରା ବେଦ ପାଠ ଓ ରାଷ୍ଟ୍ର ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଛି । ସାଧୁମାନଙ୍କୁ ସେବା, ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ଶିବିର, ଅନ୍ନଯଜ୍ଞ , ଶୀତବସ୍ତ୍ର ବଣ୍ଟନ, ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କରାଯାଇ ପାଳିତ ହୋଇଛି ଜନ୍ମ ଜୟନ୍ତୀ । ମୁଖ୍ୟତଃ ପରିବେଶ ସୁରକ୍ଷା ଓ ପ୍ରଦୃଷଣ ରୋକିବା ଏହା ଏକ ପ୍ରାୟସ ସହ ମାନବସେବା ଉପରେ ଗୁରୁତ୍ୱ ନେଇ ଏହି କାର୍ଯ୍ୟକ୍ରମ ରହିଛି ।ଅଖିଳ ଭାରତୀୟ ରାମାନନ୍ଦ ସଂଘର ଗଞ୍ଜାମ ଶାଖା ସଭାପତି ମହନ୍ତ ପରମାନନ୍ଦ ଦାସଜୀ , ମହନ୍ତ ହରିହର ଦାସଜୀ , ରାଘବନନ୍ଦ ଦାସଜୀ , ଅଶୋକ କୁମାର ଦାସଜୀ , ଶ୍ରୀ ମହନ୍ତ ରାମକୃଷ୍ଣ ଦାସଜୀ ଚିନ୍ମୟ ନନ୍ଦ ଦାସଜୀ ,ଲଳିତ ମୋହନ ଦାସଜୀ , କୃଷ୍ଣ ଚରଣ ଦାସଜୀ ,ପୂର୍ବତନ ବିଧାୟକ ଡ଼ଃ ଚ୍ଯାଉ ପଟ୍ଟନାୟକ , ପୁର୍ବତନ ବିଧାୟିକା ଲତିକା ପ୍ରଧାନ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ,ଯୁବ ନେତା ଜିଲ୍ଲା ସଂଗଠନ ସମ୍ପାଦକ ଗଞ୍ଜାମ ଗୋପାଳ କୃଷ୍ଣ ସ୍ବାଇଁ , ପୁର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ,ଭାବଗ୍ରାହୀ ପାଳ ପୁର୍ବତନ କଂଗ୍ରେସ ନଗର ସଭାପତି ସୁନାରାମ ସାବତ, ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ରାଜନେତା ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ଉପସ୍ଥିତ ଥିଲେ । ଜନ୍ମଦିନ ପାଳନତ୍ସୋବ ବେଳେ ନିଜକୁ ମାନବସେବାରେ ନିୟୋଜିତ କରିବା ଏବଂ ସମାଜକୁ ପରିବେଶର ସୁରକ୍ଷା ବାର୍ତ୍ତା ଦେବା ଚିନ୍ତାଧାରା ପ୍ରାୟ ବହୁତ କମ ବ୍ଯକ୍ତିଙ୍କ ପାଖରେ ଥାଏ ।

ସେହିଭଳି ଗଛ ଲଗାଇବା କିମ୍ବା ଉପହାର ଦେବା , ସ୍ବାସ୍ଥ୍ୟ ସମ୍ପଦ ଉପରେ ସଚେତନତା ସୃଷ୍ଟି କରିବା ଏହା ପ୍ରାୟ ଜନ୍ମଦିନ ପାଳନ ବେଳେ ହୋଇନଥିବା ଦେଖିବା ପାଇଁ ମିଳେ । ଏଣୁ ଆଜିର ଏହି ଜନ୍ମଜୟନ୍ତୀ ପାଳନ ବେଳେ ସମାଜକୁ କିଛି ବାର୍ତ୍ତା ଦେଇ ୫୦ ତମ ଜନ୍ମ ଜୟନ୍ତୀ ପାଳନ କରିବା ଲକ୍ଷ୍ୟରେ ଅମ୍ବିକା ପଣ୍ଡାଙ୍କୁ ସ୍ଥାନୀୟ ଅଞ୍ଚଳରବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶେରଗଡ଼ ଅଞ୍ଚଳର ଜଣାଶୁଣା ସମାଜସେବୀ ବରୁଣ କୁମାର ପାଢ଼ୀ ଓ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ଅମ୍ବିକା ପଣ୍ଡା ଆଗକୁ କେମିତି ଜନସେବା କରିବେ ଓ ସ୍ଥାନୀୟ ଲୋକଙ୍କ ହୃଦୟରେ ସ୍ଥାନ ପାଇବେ ସେଥିପାଇଁ ଆଜିର ଏହି ଜନ୍ମ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାଥନା କରିଥିଲେ ।
