ଶହୀଦ ଜୟୀରାଜଗୁରୁଙ୍କ ଜୟନ୍ତୀ ପାଳନ
ଆଜି ଅପରାହ୍ନରେ ଗାନ୍ଧୀଘାଟ,ପୁରୀ ଠାରେ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନ ଆନୁକୂଲ୍ୟରେ ୨୮୫ ତମ ଜୟନ୍ତୀ ପାଳିତ ହୋଇଅଛିl ଏହି ସଭାରେ କବି ମାନସ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ ଜୟୀରାଜ ଗୁରୁ ପରାଧୀନ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶା ଇତିହାସ ତାଙ୍କୁ ଅଣଦେଖା କରୁଛି l ଓଡିଶା ଓ ଭାରତସରକାର ଏଥିପାଇଁ ମିଳିତ ଉଦ୍ୟମ କରିବା ଆବଶ୍ୟକ l ମୁଖ୍ୟ ବକ୍ତା ରୂପେ ସର୍ବୋଦୟ ମେଳା ସଭାପତି ଆଇନୀଜୀବୀ ଉମା ବଲ୍ଲଭ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଆଇନିଜୀଵୀ ଶିବପ୍ରସାଦ ମିଶ୍ର,ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀ,ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇ ଜୟୀ ରାଜ ଗୁରୁଙ୍କ ବୀର ଗାଥା, ସମର କୌଶଳ, ଓ ତାଂକ ମୃତ୍ୟୁ ରେ ବ୍ରିଟିଶ ସରକାର ଙ୍କ ବର୍ବରତା, ଉତ୍ପୀଡ଼ନ ସର୍ବୋପରି ତତ୍କାଳୀନ ସାମାଜିକ, ରାଜନୈତିକ ପୃଷ୍ଟ ଭୂମି ସମ୍ପର୍କ ରେ ଆଲୋକ ପାତ କରିଥିଲେ l ପୁରୀ ରେ ଓଡ଼ିଆ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜଗୁରୁଙ୍କ ଶ୍ରlଦ୍ଧବାର୍ଷିକ ପାଳନ ପାଇଁ ଅଧ୍ୟାପକ ଡ. ବଳରାମ ଦାଶ ପ୍ରସ୍ତାବ ଦେଇଥିଲେ l ଏହି ଅବସରରେ ମାନସ ବାବୁଙ୍କଲିଖିତ ପୁସ୍ତକ As I go ahead ଉନ୍ମୋଚନ କରାଯାଇଥିଲା l ଏହି ଆଲୋଚନା ଚକ୍ରରେ ହେମନ୍ତ କୁମାର ଛୋଟରାୟ, ଅଧ୍ୟାପକ ଶଙ୍କର୍ଷଣ ପ୍ରଧାନ,, ମନ୍ଦାକିନୀ ଆଚାର୍ଯ୍ୟ,ବିରଜା ପ୍ରସାଦ ମିଶ୍ର, ସଦାଶିବ ମିଶ୍ର,ରୂପରଞ୍ଜନ ଦାଶ,ସୁଦୀପ୍ତା ମିଶ୍ର,ରମେଶ ଚନ୍ଦ୍ର ଦାଶ ଓ ଜ୍ୟୋସ୍ନା ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଅଧ୍ୟାପକ ଡ଼. ବଳରାମ ଦାଶ ଜୟୀ ରାଜଗୁରୁଙ୍କ ଜୀବନୀ ବ୍ୟାଖ୍ୟା ସହ ଧନ୍ୟବାଦ ପ୍ରଦାନ କରିଥିଲେ l
