ବାବା ବିଶ୍ବନାଥ ମହାଦେବ” ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ

ବାବା ବିଶ୍ବନାଥ ମହାଦେବ” ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ବ୍ୟାସନଗର ପୈାରାଅଂଚଳ ଓ୍ବାର୍ଡ ନମ୍ବର -୧୬ ଅନ୍ତର୍ଗତ ଉମାପଦା, ହାଉସିଂ ବୋର୍ଡ କଲୋନୀ ଠାରେ ବିରାଜମାନ “ଓଁ ଶ୍ରୀ ଶ୍ରୀ ବାବା ବିଶ୍ବନାଥ ମହାଦେବ ମନ୍ଦିର” ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ତେବେ ‘ବାବା ବିଶ୍ବନାଥ ପରିଚାଳନା କମିଟି’ ପକ୍ଷରୁ ଶ୍ରୀ ପ୍ରତାପ ନାୟକ ଓ ତାଙ୍କ ଧର୍ମପତ୍ନୀ କର୍ତା ଆସନ ଗ୍ରହଣ କରିଥିବା ବେଳେ ଉକ୍ତ ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିବା ଜ୍ଞାନିପଣ୍ଡିତ, ବ୍ରାହ୍ମଣ ଶ୍ରୀ ଶ୍ରୀ ରଞ୍ଜିତ ପଣ୍ଡା, ଅମିତ୍ ଦାଶ, କାଳିନ୍ଦୀ ଚରଣ ଦାଶ ଓ ବଳରାମ ଦାଶ ପ୍ରମୁଖଙ୍କ ଦ୍ବାରା ଠାକୁରଙ୍କ ନିତିକାନ୍ତି, ପୂଜାବିଦ୍ଧି, ମନ୍ତ୍ରପାଠ, ଯଜ୍ଞ, ପୂଜାପାଠ କାର୍ଯ୍ୟ ସମାପନ ହୋଇଥିଲା। ଏହି ଅବସରରେ କୀର୍ତନ, ଭକ୍ତି କୈବଲ୍ୟ ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ କୁଳମଣି ଧଳ’ଙ୍କ ନେତୃତ୍ୱରେ ସରୋଜ ବିଶ୍ବାଳ, ସନ୍ତୋଷ କୁମାର ଧଳ, ହରିହର କରଣ, ତାରାକାନ୍ତ ପୁହାଣ, ସମିର ପଡି’ଙ୍କ ସମେତ ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସହଯୋଗ ପ୍ରଦାନ କରିଥିଲେ। କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଅଜୟ କୁମାର ନାୟକ, ରବିନ୍ଦ୍ର କୁମାର ନାୟକ ଏବଂ ଓ୍ବାର୍ଡ ନମ୍ବର – ୧୬ କାଉନସିଲର ଶ୍ରୀ ଶିବାନନ୍ଦ ନାୟକ ଓ ଅଂଚଳର ବହୁସଂଖ୍ୟାରେ ଜନସାଧାରଣ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କମିଟିର କାର୍ଯ୍ୟକର୍ତା, ସଦସ୍ୟ ମାନଙ୍କୁ ଉତ୍ସାହିତ କରିବା ସହ ଠାକୁରଙ୍କ ଆଶ୍ରିର୍ବାଦ ଲାଭ କରିଥିଲେ।ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତ ମାନଙ୍କ ଲାଗି ଅନୁଷ୍ଠାନ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *