ଜିରିଂପଡ। ଠାରେ ବିଘ୍ନବିନାସାୟଙ୍କ ଚତୁର୍ଥୀ ପାଳନ
ଜିରିଂପଡ। ଠାରେ ବିଘ୍ନବିନାସାୟଙ୍କ ଚତୁର୍ଥୀ ପାଳନ ।
କନ୍ଧମାଳ ତା୨୭/୦୮/୨୦୨୫ଫୁଲବାଣୀ ସଦର ମହକୁମା ସ୍ଥାନୀୟ ଜିରିଂପଡ। ଠାରେ ମହାଆଡମ୍ବରରେ ବିଘ୍ନ ବିନ।ସାୟ ଶ୍ରୀ ଗଣେଶ ଙ୍କ ଚତୁର୍ଥୀ ଜିରିଂପଡ। ଗ୍ରାମ କମିଟି , ଯାତ୍ରା ପରିଚାଳନା କମିଟି,ଓ ଗ୍ରାମର ଯୁବକ ମାନଙ୍କୁ ନେଇ ଲକ୍ଷ୍ମୀ ନୃସିଂହନାଥ ଯାତ୍ରା ପଡ଼ିଆରେ ଗଣେଶ ପୂଜା ପାଳନ କରାଯାଇଯାଇ ଅଛି । ଫୁଲବାଣୀ ସହରରେ ଅନେକ ପୂଜା ହେଉଥିଲେ ମଧ୍ୟ ଜିରିଂପଡ। ର ଗଣେଶ ମୂର୍ତ୍ତି ଅନ୍ୟତମ , ୧୦ ଫୁଟ ର ବିନାୟକ ମୂର୍ତ୍ତି ବେଶ୍ ଆକର୍ଷଣୀୟ ଅଛି । ଏହି ଠାରେ ଯୁବକ ମାନେ ପୂଜା ଦିନ ସଂଧ୍ୟା ସମୟରେ କ।ନିକା ଭୋଗ କରି ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ ଠାକୁରଙ୍କ ଉଦ୍ଦେଶ୍ୟରେ ଗଜ।ନନ ଙ୍କ ପାଇଁ ହ।ଲୁଆ ଭୋଗ କରିବା ପାଇଁ କମିଟିର ସଦସ୍ୟ ମ।ନଙ୍କ ଠାରୁ ଶୁଣିବାକୁ ମିଳୁଛି। ବିଭିନ୍ନ ପ୍ରକାର ଆଲକରେ ପୂଜା ମଣ୍ଡପ ସାଜସଜ। ହୋଇ ଅତିସୁନ୍ଦର ଦିଶୁଛି । ସଂଧ୍ୟା ରେ ଡାକବାଜି ଯନ୍ତ୍ର ଦ୍ବାରା ଗଜାନନ ଙ୍କ ଭଜନରେ, ଗ୍ରାମର ପୁଅ ଝିଅ ମାନେ ନାଚଗୀତ କରିବାର ଦେଖିବାକୁ ମିଳୁଛି ।ଏହି ଗ୍ରାମର ଲକ୍ଷ୍ମୀ ନୃସିଂହନାଥଙ୍କ ଠାକୁରଙ୍କ ଯାତ୍ରା ଓଡ଼ିଶା ପ୍ରସିଦ୍ଧ ହୋଇଥିବାରୁ ଏହି ଠାରେ ଧାର୍ମିକ କାର୍ଯ୍ୟ ର ମହତ ଅଧିକ ଥିବା ଦେଖିବାକୁ ମିଳୁଛି ।
