ଗଜଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

ଗୋପାଳପୁର ଅନ୍ତର୍ଗତ କରାପଲ୍ଲୀ ଓ ମୋନର୍କ ଛକ ଠାରେ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରେ ପାଳିତ ହୋଇଯାଇଛି l ସକାଳୁ ଘଟପୂଜା, କଳସ ଯାତ୍ରା ଗାୟତ୍ରୀ ମଣ୍ଡଳ ପୂଜା, ଷୋଡଶ ପୂଜା, ନବଗ୍ରହ ପୂଜା, ହୋମ,ସନ୍ଧ୍ୟା ଆଳତୀ ଆଦି ହୋଇଥିଲା l ପୁରୋହିତ ଜିତେନ୍ଦ୍ର କୁମାର ପାଢ଼ୀ, ପ୍ରମୋଦ ଦାଶ, ସୁଷ୍ମନ୍ତ ଦାଶ, ରାମ ଚନ୍ଦ୍ର ଦାଶ, ନୀଳାଞ୍ଚଳ ଦାଶ ଓ କର୍ତ୍ତା ଭାବେ ଦୀପକ ଜେନା, ପତ୍ନୀ ବବିତା, ପ୍ରଶାନ୍ତ ପାଣିଗ୍ରାହୀ, ପତ୍ନୀ ମାଧବୀ ପୂଜା ର ନୀତିନିୟମ ପାଳନକରିପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ l ଉଭୟ ପୂଜା କମିଟି ପକ୍ଷରୁ ଜୁବା ପଣ୍ଡା, ଜି. କୋଟେସ, ମହେଶ ସାହୁ, ତିରୁ ନାୟକ, ଜି.କୁର୍ମା, ବୁଲୁ ଲେଙ୍କା, କାହ୍ନୁ ପାତ୍ର, ରିଙ୍କୁ ଲେଙ୍କା, ସତ୍ୟ ପାତ୍ର, ବାଇନ ଆଚାର୍ଯ୍ୟ, ଲକ୍ଷ୍ମୀ ବେହେରା, ପ୍ରଶାନ୍ତ କୁମାର ପାଢ଼ୀ, ଅନିଲ ପ୍ରସାଦ ପାଢ଼ୀ, ଆଶିଷ ଶତପଥୀ, ପ୍ରଦୀପ ଦାଶ, ପତ୍ନୀ ଗାୟତ୍ରୀ ଦାଶ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇ ଥିଲେ l ପୂଜା କମିଟି ବିଷ୍ଣୁ ପ୍ରସାଦ ଚୌଧୁରୀ, ପ୍ରଶାନ୍ତ ବେହେରା, ଜିତେନ୍ଦ୍ର କୁମାର ପାତ୍ର, ବିଦ୍ୟାଧର ଗୌଡ଼, ଶିବ ରାମ ଚୌଧୁରୀ, ପବିତ୍ର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *