ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ବା ଏକ ଭାରତ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ।

ତା-୧୭/୧୧/୨୦୨୫ କନ୍ଧମାଳ, ଫୁଲବାଣୀ “ଏକ ଭାରତ ଆତ୍ମନିର୍ଭର ଭାରତ’’ ର ଭାବନକୁ ନେଇ ଏକତା ପଦଯାତ୍ରା ଆୟୋଜିତ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଶ୍ରୀ ସୂର୍ୟବଂଶୀ ସୂରଜ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି କୋରେନେସନ ପଡିଆରେ ଶେଷ ହୋଇଥିଲା । ଏହି ସମୟରେ ରାସ୍ତାର ପାର୍ଶ୍ବରେ ରଙ୍ଗୋଲି, ଫେନ୍ସିଡ୍ରେସ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା । କୋରେନେସନ ପଡିଆଠାରେ ଉଦ ଯାପନି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଶ୍ରୀ ସୂର୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ, ଆରକ୍ଷୀ ଅଧିକ୍ଷକ, କନ୍ଧମାଳ ଶ୍ରୀ ହରିଶ ବି. ସି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି, ସଭାପତି ,ଭାଜପା କନ୍ଧମାଳ ଶ୍ରୀ ବିଶି ମାଝୀ ଯୋଗଦେଇଥିଲେ । ସଭାକୁ ସମ୍ଭୋଧନ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଏହି କନ୍ଧମାଳ ମାଟିର ସ୍ଵତନ୍ତ୍ରତା ରହିଛି ୧୮୩୬ ମସିହାର କନ୍ଧ ମେଳି ସାରା ଭାରତ ବର୍ଷର ମୁକ୍ତିସଂଗ୍ରାମକୁ ଗତି ପ୍ରଦାନ କରିଥିଲା, ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଏ ଦେଶକୁ ହେଉ ଅବା ବିଶ୍ୱକୁ ଆଧ୍ୟାତ୍ମିକତାର ଦିଗ୍ ଦର୍ଶନ ଦେଇଛନ୍ତି । କ୍ରିଡା ହେଉ ଶିକ୍ଷା ହେଉ କଳା ହେଉ ଏ ମାଟିର ମହକ ଅନନ୍ୟ । ଆଜିର ଭାରତର ମାନଚିତ୍ର ଭୌଗୋଳିକ ବିନ୍ୟାସପାଇଁ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଯେଉଁଭଳି ଭାବରେ ସାମ, ଦାମ, ଦଣ୍ଡ ଭେଦ ନୀତି, କୂଟନୀତି, ରାଜନୀତିକୁ ପ୍ରତିପାଦିତ କରି ନୂତନ ଭାରତ ସ୍ବରୂପ ପ୍ରଦାନ କରିଛନ୍ତି ତାହା ଉତ୍ତରପିଢି ନିକଟରେ ଉତ୍ତରଣ କରିବା ଏହି ପଦଯାତ୍ରାର ଉଦ୍ଦେଶ୍ୟ। ଉପସ୍ଥିତ ଯୁବପିଢିକୁ ଜଣେ ଜଣେ ଭଲ ଭାରତୀୟ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସାଂସ୍କୃତିକ ଦଳମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରକଳ୍ପ ପ୍ରଶାସକ, ସମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ,ବାଲିଗୁଡା ପ୍ରଣିତ ଦାଶ, ଉପଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ପ୍ରବୀଣ କୁମାର ବଣୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପିକା ଅଧ୍ୟାପକ, ଛାତ୍ରଛାତ୍ରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *