ଭଗବାନ ଶ୍ରୀ ଶ୍ରୀ ମହାବୀର ଙ୍କ ଜନ୍ମ କଲ୍ୟାଣକ ମହୋତ୍ସବ ପାଳନ*
ଯାଜପୁର ରୋଡ଼ ମାରୁୱାଡ଼ି ସମାଜର ଜୈନଧର୍ମ ସଂଗଠନ ପକ୍ଷରୁ ନନ୍ଦରାମ ବାଟିକା ପ୍ରାଙ୍ଗଣରେ ଆଜି ଜୈନ ଧର୍ମର ୨୪ତମ ତିର୍ଥଙ୍କର ଭଗବାନ ଶ୍ରୀ ଶ୍ରୀ ମହାବିରଙ୍କର ୨୬୨୪ ତମ ଜନ୍ମ କଲ୍ୟାଣକ ଦିବସ ମହୋତ୍ସବ ବଡ ଧୁମଧାମ୍ରେ ପାଳନ କରାଯାଇଅଛି l ଶହସ୍ର ଭକ୍ତ ଓ ଶ୍ରଦ୍ଧାଳୁ ସକାଳ ସମୟରେ ବ୍ୟାସନଗର ପୌରାଂଚଳ ସହର ପରିଭ୍ରମଣ କରି ଅଂଚଳର ଜନସାଧାରଣ ମାନଙ୍କ ଲାଗି ଘୃଣା ଛାଡ଼ ଜୈନ ଧର୍ମ କି ଏକ ହି ନାରା “ଜିତ୍ ଓର ଜିନେ ଦୋ” ବାର୍ତା ବାଟିଂଥିଲେ l ପରେ ପରେ ଜୈନ ଧର୍ମ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭଗବାନଙ୍କ ଉପରେ ଆଧାରିତ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯାଜପୁର ଏସ୍.ପି. ୟସ୍ ପ୍ରତାପ୍ ଶ୍ରୀମଲ୍ ଓ ତାଙ୍କ ଧର୍ମପତ୍ନୀ ଙ୍କ ସମେତ ମାରୁୱାଡ଼ି ସମାଜର ପୁରୁଖା ଲୋକ ମାନଙ୍କୁ ସଂଗଠନ ଦରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
