ସନ୍ଥ ପୁର ନିଉ ଇଣ୍ଡିଆ ସଭା ଗୃହ ରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତି ପାଳନ

ସନ୍ଥ ପୁର ନିଉ ଇଣ୍ଡିଆ ସଭା ଗୃହ ରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତି ପାଳନ ଅବସରରେ କବିତା ପାଠ “ମଧୁକ୍ଷରା” ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ ନିଉ ଇଣ୍ଡିଆ ସନ୍ଥ ପୁର ମିଳିତ ଆନୁକୂଲ୍ୟରେ ସନ୍ଥ ପୁର ନିଉ ଇଣ୍ଡିଆ ସଭା ଗୃହ ରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବର ପାଳନ ଅବସରରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତି ପାଳନ କରାଯାଇଅଛି। ପୂର୍ବାହ୍ନ ୧୦ ଘଟିକା ସମୟରେ କବି ଗୋଲକ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ କୁମାର ପଟ୍ଟନାୟକ , ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ଓ ନିଉ ଇଣ୍ଡିଆ ର ନିର୍ଦେଶକ ଶେଷଦେବ ରାଉତ ଙ୍କ ମିଳିତ ତତ୍ବାବଧାନରେ କବି ସୁରେନ୍ଦ୍ର ପୃଷ୍ଟି, କବୟିତ୍ରୀ ସୁକାନ୍ତି ସାହୁ,ଜ୍ଯୋର୍ତିମୟୀ ନାଥ ଙ୍କ ସଂଯୋଜନା ରେ କବିତା ପାଠ ମଧୁକ୍ଷରା ଅନୁଷ୍ଠିତ ହୋଇଯାଇଅଛି। ଏହି କବିତା ପାଠ ରେ କବି ପ୍ରକୃତି ବନ୍ଧୁ ହରିହର ସାହୁ, ସୁରେନ୍ଦ୍ର ପୃଷ୍ଟି, ହୃଦାନନ୍ଦ ଦ୍ବିବେଦୀ, ବସନ୍ତ କୁମାର ପଟ୍ଟନାୟକ, କବୟିତ୍ରୀ ଉପମା ସାମଲ, ଜୋର୍ତିମୟୀ ନାଥ,ମାନସୀ କର, ଙ୍କ ସହିତ ପ୍ରାୟ ସତୁରି ଜଣ କବି ଓ କବୟିତ୍ରୀ ସେମାନଙ୍କ ର କବିତା ପାଠ କରିଥିଲେ। ପୁର୍ବାହ୍ନ ୧୧.୩୦ ମିନିଟ ସମୟରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜିବନୀ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକଟି ଲେଖକ ସଂସଦ ଢେଙ୍କାନାଳ ର ସଭାପତି ବସନ୍ତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, ସମ୍ମାନୀତ ଅତିଥି ଭାବେ ନିଉ ଇଣ୍ଡିଆ ର ନିର୍ଦେଶକ ଶେଷଦେବ ରାଉତ, ଆଧ୍ୟାତ୍ମିକ ପ୍ରବକ୍ତା ପ୍ରତାପ କିଶୋର ନନ୍ଦ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧ୍ୟାପକ ଡଃ ପ୍ରଫୁଲ୍ଲ କୁମାର ପାଣି ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। କବି ଯୋଗିନାଥ ରାଉଳ, ସମାଜ ସେବୀ ଆର୍ତ୍ତବନ୍ଧୁ ମଲ୍ଲିକ ପୂଜ୍ଯ ପୂଜା କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଭିକାରୀ ଚରଣ ରାଉତ ଙ୍କ ରଚିତ ପୁସ୍ତକ “ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ର କୁହୁକ କରାମତି”ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତଙ୍କ ସହିତ ପ୍ରାୟ ଶତାଧିକ ଲେଖକ,କବି‌ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ହୋଇ ଥିଲେ।

Leave a Reply

Your email address will not be published. Required fields are marked *