ମା,ବ୍ରଜବୁଢୀଙ୍କ ପୀଠରେ ଶ୍ରୀମଦ ଭାଗବତ ଜନ୍ମ ଉତ୍ସବ ପାଳନ

ଏରସମା :ଆମ ରାଜ୍ୟ ରେ ଏମିତି କେଉଁ ଗାଁ ନାହିଁ ଯେଉଁଠି ଭାଗବତ ଗାଦି, ଟୁଙ୍ଗୀ ନାହିଁ। ଶ୍ରୀମଦ ଭାଗବତ ପୋଥି କୁ ଆମେ ସମସ୍ତେ ଭଗବାନ ବୋଲି ମନେ କରି ପୂଜା କରି ଥାଏ।ଏଣୁ ଏହି ଗ୍ରନ୍ଥ ଏକମାତ୍ର ଗ୍ରନ୍ଥ ଯାହାକୁ ଭାଗବତ ଗୋସାଇଁ ବୋଲି ସମ୍ବୋଧନ କରା ଯାଉଥିବା ବେଳେ ଏହି ଗ୍ରନ୍ଥ ର ଜନ୍ମ ଉତ୍ସବ ପାଳନ କରାଯାଏ।ଆଜି ହେଉଛି ଶ୍ରୀମଦ ଭାଗବତ ର ଜନ୍ମ ତିଥି।ଓଡିଶାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସେହିପରି ପରିଭାବରେ ଏରସମା ବ୍ଲକ ବାଲିତୁଠ ମା ବ୍ରଜମହାକାଳୀ ବ୍ରଜବୁଢୀଙ୍କ ପାଖରେ ପଣ୍ଡିତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କ ଆବାହକରେ ସକାଳୁ ଠାକୁରାଣୀ ଓ ଭାଗବତ ଗାଦି ଗୋସାଇଁ ଙ୍କ ପୂଜାର୍ଚ୍ଚନା ସରିବା ପରେ ଭାଗବତ ପଠନ ଓ ଭଜନ କରାଯିବା ସହିତ ପ୍ରସାଦ ସେବନ କରାଯାଇଥିଲା ଆଜିର ଉତ୍ସବରେ ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,ନିକୁଞ୍ଜ କିଶୋର ଦାଶ,ସୁଢଳ ବାରିକ,ଯଦୁମଣି ଦାସ,ନୃସିଂହ ରଣା,ପତିତପାବନ ବେହେରା, କରୁଣାକର ମୁଦୁଲି,ପରିକ୍ଷୀତ ରଣା,ହରେକୃଷ୍ଣ ମୁଦୁଲି,ବିନୋଦ ବେହେରା,ନରେଶ ମୁଦୁଲି,ମହେଶ୍ୱର ମଲିକ,ପ୍ରମୋଦ ମଲିକ,ମହନି ଦାସଙ୍କ ସମେତ ବାଲିତୁଠ ଗ୍ରାମର ଭଗବତ ପ୍ରେମୀ ମହିଳା, ଗ୍ରାମବାସୀମାନେ ଉତ୍ସବରେ ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *