ଶିଶୁ ଦିବସ ପାଳନ
ଧରାକୋଟ,15/11/25ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ଅନ୍ତର୍ଗତ ମାଣିକ ପୁର କ୍ଳଷ୍ଟର ର ଖାରିପଲି ନୂତନ ପ୍ରାଥମିକ ବିଦ୍ୟାଳୟ ରେ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଜନ୍ମ ଜୟନ୍ତୀ ବା ଶିଶୁ ଦିବସ ବେଶ ଯାକଜମକ ରେ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୀତ,ନୃତ୍ୟ, କୌତିକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଉର୍ବଶୀ ମଲିକ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସି ଆର ସି ସି ଶିବାନନ୍ଦ ବେହେରା,ନୂଆଁବାଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୀତେନ୍ଦ୍ର ଦଳେଇ, ଦଣ୍ଡାସି ବଗଡ ପ୍ରଧାନ ଶିକ୍ଷକ ଚିତ୍ରସେନ ବେହେରା, ଦୂର୍ଗା ମାଧବ ପୁର ପ୍ରଧାନ ଶିକ୍ଷକ ରଘୁନାଥ ମଲିକ,ବାଦପୁର ଶିକ୍ଷକ ଅମୂଲ୍ୟ ନାୟକ, ବଡଗଡ ଥାନା ର ସଞ୍ଜୟ

ସେଠୀ,ବିଦ୍ୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଚାଚା ନେହେରୁଙ୍କ ଜୀବନୀ ଓ ଶିଶୁ ମାନଙ୍କ ପ୍ରତି ରହିଥିବା ତାଙ୍କର ଭଲ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଅର୍ପିତା ନାୟକ, ପ୍ରିୟଦର୍ଶନି ବେହେରା, ରିୟା ବେହେରା, ଗୁଡୁଲି ନାୟକ, ଅଙ୍କିତା ଦଳେଇ, ବର୍ଷା ପରିଚ୍ଛା, ହେପି ପ୍ରଧାନ, ସୁଭସ୍ରି ବେହେରା, ରାଜେଶ ବେହେରା, ଅଚ୍ୟୁତ ସେଠୀ, ଲକି ପ୍ରଧାନ, ରାଣୀ ବେହେରା, ସାଗରି ନାୟକ, ପ୍ରୀତି ସ୍ୱାଇଁ ଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଧନେଶ୍ଵର ପରିଡ଼ା, କନ୍ତିମା ପ୍ରଧାନ, ମୋତିଲାଲ ସେଠୀ ଏବଂ ସସ୍ମିତା ରାଣୀ ସାହୁ ପ୍ରମୁଖ ସହଜୋଗ ପ୍ରଦାନ କରିଥିଲେ।
