ନବରଙ୍ଗପୁର କୃଷକ ବଜାର କମିଟି ତରଫରୁ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅର୍ଣ୍ଣଭୋଗର ଆୟୋଜନ ।
ନବରଙ୍ଗପୁର କୃଷକ ବଜାର କମିଟି ତରଫରୁ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅର୍ଣ୍ଣଭୋଗର ଆୟୋଜନ ।ଆଜି ସ୍ଥାନୀୟ କୃଷକ ବଜାର କମିଟି ତରଫରୁ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଏକ ଅର୍ଣ୍ଣପ୍ରସାଦ ବଣ୍ଟନର ଆୟୋଜନ କରାଯାଇଥିଲା। ଏହି ଅର୍ଣ୍ଣପ୍ରସାଦରେ 7000ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସମ୍ମାନିୟ ଅତିଥି ଜିଲ୍ଲା ଉନ୍ନୟନ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, କୋଷଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକରୀ ଆଶିଷ ତ୍ରିପାଠୀ, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନୀଲ ଖରା, ନବରଙ୍ଗପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ, ନବରଙ୍ଗପୁର ବିଧାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ତରୁଣୀ ମାଝୀ,ପୈରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ବଣିକ ସଂଘ ସଭାପତି ଶ୍ରୀ କାହ୍ନୁ ଦାସ ,ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀ ସମ୍ବିତ ବେହେରା,ବିଭିନ୍ନ ୱାର୍ଡର କାଉନସିଲର ଏବଂ ଅନ୍ୟାନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ। ନିଜେ ବିଧାୟକ, ନବରଙ୍ଗପୁର ପୈରପାଳିକା ପୌରାଧ୍ୟକ୍ଷ, ଏବଂ ସମସ୍ତ ସମ୍ମାନିୟ ଅତିଥି ଲୋକ ମାନଙ୍କୁ ଅର୍ଣ୍ଣଭୋଗ ପରସି ଥିଲେ। ଏହି କାର୍ଯ୍ୟକ୍ରମଟି କୃଷକ ବଜାର କମିଟି ସଦସ୍ୟ ମାନଙ୍କ ଦ୍ୱାରା ଅତି ଶୃଙ୍ଖଳିତ ଭାବରେ ପରିଚାଳନା କରାଯାଇଥିଲା। ପରିବେଶଟି ଏତେ ସୁନ୍ଦର ଜଣାପଡୁଥିଲା ସତେ ଯେମିତି ମା ଲକ୍ଷ୍ମୀଙ୍କ ଆଶିର୍ବାଦ ଅଛି। ଏତେ ଏତେ ସଂଖ୍ୟକ ଲୋକ ଖୁସି ମନରେ ଭୋଗ ଖାଇ ଫେରିଥିଲେ । ଏପରି ଏକ ଭବ୍ୟ ଆୟୋଜନ ଗ୍ରୁପ ତରଫରୁ ସମସ୍ତ କୃଷକ ବଜାର କମିଟିର ସଭାପତି ପ୍ରଭାତ ସ୍ୱାଇଁ, ସମ୍ପାଦକ ଫାଲ୍ଗୁନି ପାତ୍ର, ଉପସଭାପତି ରୋମିଓ ପାଢ଼ୀ,କୋଷାଧ୍ୟକ୍ଷ ସଞ୍ଜୟ ସାହୁ, ମନରଞ୍ଜନ ମହାନ୍ତି, ଚିତରଞ୍ଜନ ମହାନ୍ତି,ନିଳାମ୍ବର ସ୍ୱାଇଁ, ଅଭୟ ସୁର, ପି.ଗୌରୀ ଶଙ୍କର ରାଓ, କଟେଶ୍ୱର ରାଓ, ପ୍ରସାଦ ରାଓ, ଗବିନ୍ଦ ରାଓ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ। ଆପଣଙ୍କ ଆଜିର ଭବ୍ୟ ଆୟୋଜନ ସମସ୍ତ ନବରଙ୍ଗପୁର ବାସିଙ୍କ ପାଇଁ ଏକ ଉଦାହରଣ ପାଲିଟିଛି!
