25 ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି,

ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି | ଦୂର ହେବ ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା। ଚଳିତମାସ ୨୫ ତାରିଖ ବୁଧବାର ଦିନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପକ୍ରିୟା l ଏ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଛି | ଗଣତି ମଣତି ଏହି ପକ୍ରିୟାରେ ୨ଟି ଟିମ୍ ଉପସ୍ଥିତ ରହିବେ l 25 ତାରିଖ ମଧ୍ୟାହ୍ନ ୧୨.୧୨ ରୁ ଦିନ ୧.୪୫ ମଧ୍ୟରେ ମାହେନ୍ଦ୍ରବେଳା ଥିବାରୁ ସେହି ସମୟ ମଧ୍ୟରେ ଗଣତିମଣତି ପାଇଁ ପ୍ରବେଶ କରିବେ ପ୍ରାଧିକୃତ ସଦସ୍ୟଗଣ । ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି,ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କରାଯିବ । ଗଣତି ମଣତି ସମୟରେ ଭକ୍ତଙ୍କ ବାହାର କାଠ ଦର୍ଶନ ବନ୍ଦ ରହିବ l ପ୍ରତି ଶନିବାର ରବିବାର ସମେତ ଯାନୀଯାତ୍ରା ଓ ନିତି ବହୁଳ ଦିନ ମାନଙ୍କରେ ଗଣତିମଣତି କରାଯିବ ନାହିଁ l ଗଣତିମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଛତା ଅବଲମ୍ବନ କରାଯିବ l

ସେପଟେ ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କ ସେଟ୍ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି l ସଂସ୍କାର ପୂଜା ହୋଇ ଶୁଭବେଳା ଦେଖି ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ l ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏବେ ଖୋଲିବ ନାହିଁl ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପ ପାଇଁ ଶୀତତାପ ନିୟନ୍ତ୍ରଣ କରାଯିବ l ଶ୍ରୀମନ୍ଦିର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ଟେଣ୍ଡର କରାଯାଇଛି। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାଇଟ୍-ଅରବିନ୍ଦ ପାଢୀ,,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Leave a Reply

Your email address will not be published. Required fields are marked *