ଡିଜିଟାଲ ଆପ ରେ ହେବ ଜନଗଣନା,ପ୍ରଶିକ୍ଷଣ ନେଲେ ସମସ୍ତ ନୋଡ।ଲ ଅଫିସର ।
ଫୁଲବାଣୀ, ଜିଲ୍ଲା ସ୍ତରୀୟ ଜନଗଣନା ୨୦୨୬ ପାଇଁ ପ୍ରଶିକ୍ଷଣ ଶିବିର ଫୁଲବାଣୀ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଶ୍ରୀବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି । ଏହିଠାରେ ଜିଲ୍ଲାର ସମସ୍ତ ତହସିଲଦାର ନଡ।ଲ ଅଧିକାରୀଭାବେ ରହିଥିବାବେଳେ ଜନଗଣନା ଡିଜିଟାଲ ଆପ୍ ମାଧ୍ୟମରେ କିପରି କାମ କରିବେ ପ୍ରଶିକ୍ଷଣ କରାଯାଇଥିଲା । ପରେ ଇନୁମିନିଟର ଏତଲୋ ସୁପରଭାଇଯର ମାନଙ୍କୁ ଜନଗଣନା କିପରି କରାଯିବ ତାହା ନେଇ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲାପାଳ ବେଦ୍ଭୂଷଣଦ କହିଥିଲେ ।ଏଥର ପ୍ରଥମ ଥର ପାଇଁ ଡିଜିଟାଲ ଆପ୍ ମାଧ୍ୟମରେ ଜନଗଣନା କରାଯିବ।ତେଣୁ ସମସ୍ତେ ନିଜର ତଥ୍ୟ ସଠିକ ଭାବରେ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ନିଜସ୍ଵ ଡାଟା ଗୋପନ ରଖାଯିବ । ଦେଶର ବିକାଶ ଦିଗରେ ଏହି ତଥ୍ୟ ବହୁ କାମରେ ଆସିବା ସହିତ ସରକାରୀ ଯୋଜନା ପାଇବାରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
