ସେଣ୍ଟମେରୀ ସ୍କୁଲ, ଯାଜପୁର ରୋଡ଼ ର ଦଶମ ଓ ଦ୍ବାଦଶରେ ବଡ ସଫଳତା

**ଚଳିତ ଶିକ୍ଷା ବର୍ଷର ଦଶମ (ଆଇସିଏସ୍‌ଇ) ଏବଂ ଦ୍ବାଦଶ (ଆଇଏସ୍‌ସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି l ଯାଜପୁରରୋଡ ସ୍ଥିତ ସେଣ୍ଟମେରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି l ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପିତାମାତାଙ୍କୁ ଗୌରବାନ୍ବିତ କରିଛନ୍ତି l ଚଳିତ ବର୍ଷ ଦଶମ ଶ୍ରେଣୀରେ ୯୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୯୦ଜଣ ପ୍ରଥମ ଶ୍ରେଣୀ ଏବଂ ୬ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ତେବେ ୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି । ଦଶମରେ ଶୁଭଶ୍ରୀ ପହି ୯୯.୬ ପ୍ରତିଶତ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l

ସେହିପରି ଦ୍ବାଦଶ ଶ୍ରେଣୀରେ ୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ୫ ଜଣ ଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ନମ୍ବର ରଖିଛନ୍ତି l ୧୫ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊର୍ଦ୍ଧ୍ଵ ନମ୍ବର ରଖିଛନ୍ତି l ଛାତ୍ରଛାତ୍ରୀ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ମେରୀ ଲିନା, ପରିଚାଳକ ଫାଦର ସୁନୀଲ ଲାକ୍ରାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି l

Leave a Reply

Your email address will not be published. Required fields are marked *