ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପଛୁଆବର୍ଗ କମିଶନ ଅଧକ୍ଷ ହଂସରାଜ ଗଙ୍ଗାରାମ ଅହିର୍।
ପୁରୀରେ ଓବିସି କମିଶନ। ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପଛୁଆବର୍ଗ କମିଶନ ଅଧକ୍ଷ ହଂସରାଜ ଗଙ୍ଗାରାମ ଅହିର୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନ ଅଧକ୍ଷ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ପୁରୀ ଜିଲ୍ଲାପାଳ,, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ସ୍ୱାଗତ କରି ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା ଲକ୍ଷ୍ମୀ,,ମା ବିମଳା ଓ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଥିଲେ। ଓଡିଶାରେ ଯେଉଁ ଜାତି ପଛୁଆବର୍ଗରେ ସାମିଲ୍ ହୋଇନାହାନ୍ତି,,ସେମାନେ କିଭଳି ପଛୁଆବର୍ଗରେ ସାମିଲ୍ ହେବେ ତାକୁ ନେଇ ବିଭିନ୍ନ ଦିଗରୁ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ କମିଶନ ଅଧକ୍ଷ ହଂସରାଜ ଗଙ୍ଗାରାମ ଅହିର୍। ଓଡିଶାରେ ଓବିସି ସଂରକ୍ଷଣ ,,ଓବିସି କମିଶନ ଆଧାରରେ ନୂଆ ପଛୁଆ ଜାତିଙ୍କୁ ଯୋଡିବା ସହ ଆଗାମୀ ଦିନରେ କିଭଳି ବିକାଶ କରିହେବ ସେନେଇ ଓଡିଶା ଗସ୍ତରେ ଆସିଛନ୍ତି କମିଶନ ଅଧକ୍ଷ ହଂସରାଜ ଗଙ୍ଗାରାମ l
