ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର

ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାରବର୍ତ୍ତମାନ ସୁଦ୍ଧା 131 କୋଟି 92 ଲକ୍ଷ ଟଙ୍କା ଜାରି କରାଯାଇଛିନୂଆଦିଲ୍ଲୀ, 11 ଡିସେମ୍ବର:ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ଶେଖାୱତ କହିଛନ୍ତି, 2024-25 ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 99 କୋଟି 90 ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି 99 କୋଟି 99 ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 131.92 କୋଟି ଟଙ୍କା ଜାରି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପର୍ଯ୍ୟଟନ ସ୍ଥଳୀର ବିକାଶ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ହୋଇଥିଲେ ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ, ତୀର୍ଥସ୍ଥଳୀ ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକ ଐତିହ୍ୟ ବିକାଶ ଅଭିଯାନ (ପ୍ରସାଦ), ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରୀୟ ସହାୟତା (ଏସିଏଟିଆଇଡି) ଆଦି ଯୋଜନା ଓ କାର୍ଯ୍ୟକ୍ରମ ଜରିଆରେ ପ୍ରାଥମିକତା ଭିତ୍ତିରେ ପାଣ୍ଠି ଯୋଗାଇ ଦେଇଥା’ନ୍ତି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ପର୍ଯ୍ୟଟନ ସଂକ୍ରାନ୍ତ ପ୍ରକଳ୍ପର ବିକାଶ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। କେବଳ ସେତିକି ନୁହେଁ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପର୍ଯ୍ୟଟନ ପ୍ରକଳ୍ପର କାର୍ଯ୍ୟକାରିତା ନିରନ୍ତର ଭାବେ ସମୀକ୍ଷା କରାଯାଇଥାଏ।

Leave a Reply

Your email address will not be published. Required fields are marked *