ବୁଢ଼ୀକେନ୍ଦୁଳାଇ ପୀଠରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ରାହାମା-୨୮/୦୩-କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତ ସ୍ଥିତ ଦାରଦିଆ ଗ୍ରାମରେ ୫ଦିନ ବ୍ୟାପି ଗ୍ରାମଦେବତୀ ମା ବୁଢ଼ୀକେନ୍ଦୁଳାଇ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ନିକଟସ୍ଥ ହାଡୁଆ ନଦୀ ପଠାରୁ ଦାରଦିଆ ଗ୍ରାମର ଝିଅ, ବୋହୂଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରାରେ ପବିତ୍ର ଜଳ ଅଣାଯାଇ ମନ୍ଦିର ନିକଟରେ ସ୍ଥାପନ କରାଯାଇଥିଲା।ମନ୍ଦିର କମିଟି ଉପଦେଷ୍ଟା ମଣ୍ଡଳୀ ପକ୍ଷରୁ ବରିଷ୍ଠ ସଦସ୍ୟ ନୃସିଂହ ଚୌଧୁରୀ, ଅରୁଣ କୁମାର ଦାସ,ପ୍ରଦୀପ କୁମାର ଦାସ, ପ୍ରବୀର କୁମାର ମହାନ୍ତି, ଚିତ୍ତରଞ୍ଜନ ବିଶ୍ୱାଳ, ନିତ୍ୟାନନ୍ଦ ପ୍ରଧାନ, ସନ୍ତୋଷ କୁମାର ଚୌଧୁରୀ, ମୁରଲୀଧର ମୁଦୁଲି,

ରବୀନ୍ଦ୍ର ବିଶ୍ୱାଳ, ଅଜୟ ବିଶ୍ୱାଳ, ଧୀରେନ୍ଦ୍ର ସାହୁ, ବୈଷ୍ଣବ ଚୌଧୁରୀ, ଚିରଞ୍ଜୀବ ଦଳେଇ, ପବିତ୍ର ସ୍ୱାଇଁ,ମୁରଲୀଧର ଲେଙ୍କା, ସନ୍ତୋଷ କୁମାର ବିଶ୍ୱାଳ, ପ୍ରହଲ୍ଲାଦ ଚୋଧୁରୀ,ନିରଞ୍ଜନ ନାୟକ,ରାକେଶ ପ୍ରଧାନ,ଶିବ ପ୍ରସାଦ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବୈଦିକ ବ୍ରାହ୍ମଣ, ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଥିଲା। ପଣ୍ଡିତ ଚନ୍ଦ୍ରଭାନୁ ଶଥପଥୀ ଏବଂ ସାଥି ପଣ୍ଡିତମାନେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *