ଶାନ୍ତି ଶକ୍ତି ଭଵନରେ ଚୈତନ୍ୟ ଦେବୀ ମଣ୍ଡପ
ଆସିକା :ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ଦ୍ଵାରା ପବିତ୍ର ବିଜୟା ଦଶମୀ ଅବସରରେ ଶାନ୍ତି ସନ୍ଦେଶ ୟାତ୍ରା ସହର ପରିକ୍ରମା କରିଥିଲା l ବିଜୟl ଦଶମୀ ଉଦ୍ଦେଶ୍ଯରେ ସହରବାସୀଙ୍କୁ ସମ୍ବୋଧିତ କରିଥିଲେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l ସେ ପ୍ରକାଶ କରିଥିଲେ ଯେ ପରମାତ୍ମା ଶିବଙ୍କ ସନ୍ତାନ ପ୍ରତ୍ୟେକ ମନୁଷ୍ୟ ଆତ୍ମା ଶକ୍ତି ସ୍ଵରୂପ ଅଟେ l ଧରାପୃଷ୍ଠରେ ଶିବ ପିତାଙ୍କ ଆବିର୍ଭାବ ମନବିକାର ଉପରେ ବିଜୟ ପ୍ରାପ୍ତ କରି ମାତୃଶକ୍ତି ଙ୍କ ଦ୍ଵାରା ସୁପ୍ତ ଆତ୍ମ ଶକ୍ତି କୁ ଜାଗ୍ରତ କରି ଦୁଃଖ ଅଶାନ୍ତ କଳହ କ୍ଲେଶ ଜର୍ଜରିତ ଦୁନିଆକୁ ସୁଖମୟ ସଂସାର ବନାଇବା l ଶାନ୍ତି ଶକ୍ତି ଭବନର ନବ ନିର୍ମିତ ସଭା ମଣ୍ଡପରେ ଶାରଦୀୟ ନବରାତ୍ରୀ ମହୋତ୍ସବ ଉପଲକ୍ଷେ ଚୈତନ୍ୟ ଦେବୀ ମଣ୍ଡପ ଆୟୋଜନ କରାଯାଇଥିଲା l ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବ୍ରହ୍ମାକୁମାରୀ ଚୈତନ୍ୟ ଦେବୀ ରୂପେ ସୁସଜ୍ଜିତ ମଣ୍ଡପରେ ଶୋଭା ପାଉଥିଲେ l କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ଅତିଥି ରୂପେ ଯୋଗ ଦେଇଥିଲେ ବରିଷ୍ଠ ଅlଡିସିନାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଧାଂଶୁ କୁମାର ପଣ୍ଡା, ନାଗମାତା କ୍ଲିନିକର ପ୍ରୋପ୍ରାଇଟର ଡାକ୍ତର ପ୍ରସେନଜିତ, ନିରଞ୍ଜନ ମେଡିକାଲ ଷ୍ଟୋରର ପ୍ରୋପ୍ରାଇଟର ଚନ୍ଦ୍ରଶେଖର ସେନାପତି,ଶ୍ରୀ ବାଲାଜୀ ଭଣ୍ଡାରର ପ୍ରୋପ୍ରାଇଟର କୋରେଶ୍ ପାତ୍ର, ଉତ୍କଳ ଆୟୁର୍ବେଦିକ ଫାର୍ମାସିର ଡାକ୍ତର ବ୍ରହ୍ମାକୁମାର ରାମଶରଣ, ବରିଷ୍ଠ ବ୍ରହ୍ମାକୁମାର ଆଦୀନାରାୟଣ l କାର୍ଯ୍ୟକ୍ରମରେ ଚୈତନ୍ୟ ଦେବୀ ଭୂମିକାରେ ଦର୍ଶନ ଦେଉଥିଲେ ବ୍ରହ୍ମାକୁମାରୀ ନିଶି,ଆସୀନା,ଖୁସି, ମନୀଷା, ତୁଳସୀ, ଲିସା ଓ ଉଷା l ବ୍ରହ୍ମାକୁମାରୀ ଅର୍ଚ୍ଚନା ସ୍ଵାଗତ ନୃତ୍ୟ ପରିବେଷଣ କରି ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବ୍ରହ୍ମାକୁମାରୀ ଭାଗ୍ୟଲତା , ନୀଳିମା, ସବିତା,ସ୍ମିତାରାଣୀ,ମମତା, ଧରଣୀ, ସୁମତି, ଜ୍ଯୋତି, ଲୀଳା ଓ ବ୍ରହ୍ମାକୁମାର ସତ୍ୟପ୍ରିୟ,ଲଡୁ କିଶୋର,ସୁନୀଲ, ପଞ୍ଚାୟତ୍ରି,ରାଧାଶ୍ଯାମ ବୁଲୁ, କାଳୁ, କାହ୍ନୁ, ଯୋଗୀ, ନିରଞ୍ଜନ, ମଙ୍ଗୁଳୁ, ଲୋଚନ, କ୍ରିଷ୍ଣା, ମୁକେଶ, ସୋନୁ ତଥା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ସମସ୍ତ ଭଉଣୀ ଭାଇ l
Ranjan kumar raout reporter
