ଝଙ୍କଡ଼ ମା ଶାରଳାଙ୍କ ପୀଠରେ ଚୈତ୍ର ମହୋତ୍ସବ

ଜଗତସିଂହପୁର ଜିଲ୍ଲାର ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ପକ୍ଷରୁ ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠରେ ଚୈତ୍ର ମହୋତ୍ସବ ଘୋଡା ମେଲଣ ଅନୁଷ୍ଠିତ ହୋଇ ଯାଇଛି । ହଜି ଯାଉଥାବା ଲୋକ କଳା କୁ ଉଡିଯିବିତ ରଖିବା ପାଇଁ କୈବର୍ତ୍ତ ସମାଜ ପକ୍ଷରୁ ଏହି ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଚଇତି ଘୋଡ଼ା ନାଚ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କୈବର୍ତ୍ତ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ଥିବା ବେଳେ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । ତିନି ଧରି ଏହି ପର୍ଵ ପସଲନ କରାଯାଉ ଥିବା ବେଳେ ପୂର୍ଣ୍ଣିମି ପରଦିନ ମା ଶାରଳାଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ନିକଟରେ ଇଷ୍ଟଦେବୀ ମା ବାସେଳି ଙ୍କ ନିକଟରେ ଲାଗି କରାଯାଏ । ଘୋଡା ଗୁଡିକୁ ସୁସଜ୍ଜିତ କରାଯାଇ ଏକ ଶୋଭାଯାତ୍ରାରେ ମା ଶାରଳାଙ୍କ ମନ୍ଦିର ରେ ପ୍ରବେଶ କରିଥାନ୍ତି । ପରେ ମା ଶାରଳା ଠାକୁରାଣୀଙ୍କ ବଡ଼ ପଣ୍ଡା ଘୋଡା ଗୁଡିକୁ ପୂଜାର୍ଚ୍ଚନା କରିଥାନ୍ତି । କାହିଁ କେଉଁ ଆଦିମ କାଳରୁ ଏହି ପରମ୍ପରା ଚାଲି ଆସିଛି । ଏଠାରେ କୈବର୍ତ୍ତ ମମାଜ ପକ୍ଷରୁ ମା ଶାରଳାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଲୋକନୃତ୍ୟ କୁ ଉଦଯିବିତ ରଖିବା ପାଇଁ ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ପକ୍ଷରୁ ଆରମ୍ଭ କରାଯାଇ ଥିବା ପ୍ରୟାସ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ ଲୋକ କୈବର୍ତ୍ତ ଅଛନ୍ତି । ତେବେ ଏହି ଲୋକନୃତ୍ୟ ଦିନକୁ ଦିନ ଲୋପ ପାଇବାକୁ ବସି ଥିବା ବେଳେ ଏହାକୁ ଉଦଯିବିତ ରଖିବା ପାଇଁ ସରକାର ଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ନାହିଁ । ଯାହାକୁ ନେଇ କୈବର୍ତ୍ତ ସମାଜ ମାଧ୍ୟମରେ ଅସନ୍ତୋଷ ପ୍ରକାଶ ପାଇଛି । ଘୋଡା ନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ ଆଦି ଥାନ୍ତି । ଇଷ୍ଟଦେବୀ ମା ବାସେଳିଙ୍କ ବନ୍ଦନା ରୁ ଆରମ୍ଭ ହୁଏ ଘୋଡାନାଚ । ତେବେ ଚୈତ୍ରମାସ ପୂର୍ଣ୍ଣମୀ ଠାରୁ ତିନି ଦିନ ଧରି କୈବର୍ତ୍ତ ମାନେ ମହା ଆଡମ୍ବରରେ ଏହି ପର୍ଵ କୁ ପାଳନ କରି ଆସୁଛନ୍ତି ।ତେବେ କୈବର୍ତ୍ତ ମାନଙ୍କର ବଡ ଚଇତି ପର୍ଵ ରେ ଲୋକକଳା ଲୋକନୃତ ଘୋଡାନାଚ ପରମ୍ପରା କେଉଁ ଆଦିମ କାଳରୁ ରହି ଆସିଛି । ଏହାକୁ ଉଦଜୀବିତ ରଖିବା ପାଇଁ ମା ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ର ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *