ମା ସାରଳାଙ୍କ ଚନ୍ଦନ ଯାତ ଅନୁଷ୍ଠିତ
ତିର୍ତ୍ତୋଲ-୨୧/୫-ଜଗତଜନନୀ ମା ସାରଳାଙ୍କ ଚନ୍ଦନ ଯାତ ତିର୍ତ୍ତୋଲର ଝଙ୍କଡ଼ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ମନ୍ଦିରରୁ ସୁସଜ୍ଜିତ ବିମାନରେ ମା’ଙ୍କୁ ଚନ୍ଦନ ପୁଷ୍କରିଣୀକୁ ନିଆଯାଇ ଥିଲା। ନୈ।କାରେ ବିରାଜମାନ କରାଯାଇ ଚାପ ଖେଳାଯାଇଥିଲା। ସେବକ, ପୂଜକମାନେ ଏହି ସମୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଜନସାଧାରଣଙ୍କ ସମାବେଶ ଲାଗିରହିଥିଲା। ଆଇନଶୃଙ୍ଖଳା ରକ୍ଷା ଲାଗି ମନ୍ଦିର ଫାଣ୍ଡି ଅଧିକାରୀ ହରିହର ଜେନାଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ପ୍ରଦୀପ୍ତ କୁମାର ନାୟକ, ଅଶୋକ କୁମାର ବେହେରା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ବାଳ ପ୍ରମୁଖ ଚାପଖେଳ ସମୟରେ ନିୟୋଜିତ ଥିଲେ।
