ଚଣ୍ଡିଖୋଲ ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ.
ବଡ଼ଚଣା : ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମ୍ବାଦିକ ସଂଘ ଚଣ୍ଡିଖୋଲ ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ପ୍ରମୋଦ କୁମାର ଜେନାଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ସାମ୍ବାଦିକ ସଂଘ ପ୍ରତିଷ୍ଠାତା ସଭ୍ଯ ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ ଯୋଗଦେଇ ସମସ୍ତଙ୍କ ସହ ସୁ ସମ୍ପର୍କ ସ୍ଥାପନ କରି ସାମ୍ବାଦିକ ବୃତ୍ତିର ପଦ ମର୍ଯ୍ୟଦା ରକ୍ଷା କରିବା ଆମର ଲକ୍ଷ୍ୟ ରହିବା ଦରକାର। ଅନ୍ୟତମ ବରିଷ୍ଠ ସାମ୍ବାଦିକ ପ୍ରଦିପ୍ତ କୁମାର ପୃଷ୍ଟି ,ଦିଗାମ୍ବର ମହାପାତ୍ର, ଉତ୍କଳ କେଶରୀ ପ୍ରଧାନ, ତାପସ ମିଶ୍ର, ତ୍ରୈଲୋକ୍ୟ ନାୟକ,ପ୍ରଦ୍ୟୁମ୍ନ ଓଝା,ମନୋଜ କୁମାର ପଣ୍ଡା,ରଶ୍ମିରଞ୍ଜନ ବିଶ୍ୱାଳ, ତଫିରୁଦ୍ଦିନ ଖାଁ,ମନୋଜ ମହାନ୍ତି ଓ ବିଷ୍ଣୁ ପ୍ରସାଦ ସାହୁ ପ୍ରମୂଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ବିମଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
