ଚଣ୍ଡିଖୋଲ ପ୍ରେସ କ୍ଲବ ର ଶପଥ ପାଠ ଉତ୍ସବ ଅନୁଷ୍ଠିତ.
ବଡ଼ଚଣା: ଚଣ୍ଡିଖୋଲ ପ୍ରେସ କ୍ଲବ ର ଶପଥ ପାଠ ଉତ୍ସବ ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ନିକଟ ଭୁଷଣ୍ଡ ପୁର ଆଦର୍ଶ ପାର୍କ ପରିସର ରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ କ୍ଲବ ସଭାପତି ଭକ୍ତ ଚରଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ବରିଷ୍ଠ ଖବର ଦାତା ମହେଶ୍ୱର ବଳ ଯୋଗଦେଇ ସମସ୍ତେ ନିଷ୍ଠା ର ସହ ସାମ୍ବାଦିକତା ବୃତ୍ତି କୁ କାର୍ଯ୍ୟକାରୀ କରିବା ଉଚିତ। ଏହି ବୃତ୍ତି ରେ ପରିବାର ଚଳାଇବା କଷ୍ଟକର ହୋଇଥିବା ବେଳେ ତ୍ୟାଗ ଓ ସମାଜ ର ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା କୁ ଆହ୍ବାନ ଦେଇଥିଲେ। ମହାପ୍ରଭୁ ଜଗନ୍ନାଥ ଓ ମହାବିନାୟକ ଙ୍କ ନାମ ନେଇ ସମସ୍ତେ ସକାରାତ୍ମକ ଚିନ୍ତା ଧାରା ରେ ଆଗେଇ ଯିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଯଯାତୀ କେଶରୀ ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟ ରେ କଷ୍ଟକର ଜୀବନ ଅତିବାହିତ କରୁଥିବା ସାମ୍ୱାଦିକ ମାନେ କଲମ ଚଳାଇ ସାମାଜିକ ବ୍ୟବସ୍ଥା ରେ ହେଉଥିବା ତ୍ରୁଟି କୁ ଲୋକ ଲୋଚନ କୁ ଆଣିଥିବାରୁ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉପ ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି,ସମ୍ପାଦକ ପ୍ରମୋଦ କୁମାର ଜେନା, ସହ ସମ୍ପାଦକ ପବିତ୍ର ସାମଲ ପ୍ରମୁଖ ସଂଘ ର କାର୍ଯ୍ୟାବଳୀ ଓ ବୈଶିଷ୍ଟ୍ୟ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିଗମ୍ବର ମହାପାତ୍ର, ମନ ମୋହନ ରାଉତ, ତାପସ ମିଶ୍ର, ବିମଳ ବେହେରା, ମନୋଜ କୁମାର ମହାନ୍ତି, ତ୍ରୈଲୋକ୍ୟ ନାୟକ, ତଫିରୁଦିନ ଖାଁ, ମନୋଜ କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ଓଝା, ଦେବେନ୍ଦ୍ର କୁମାର ନାୟକ, ଅଜୟ କୁମାର ଜେନା, ବିଷ୍ଣୁ ଚରଣ ସାହୁ ଜ୍ଞାନ ରଞ୍ଜନ ପୃଷ୍ଟି, ରଶ୍ମୀ ରଞ୍ଜନ ବିଶ୍ଵାଳ ଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉତ୍କଳ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
