ଚଣ୍ଡିଖୋଲ ଆରଟିଓ ପକ୍ଷରୁ ସଚେତନତା ଓ ସ୍ୱତନ୍ତ୍ର ଗାଡି ଯାଞ୍ଚ :

ଚଣ୍ଡିଖୋଲ ଆରଟିଓ ପକ୍ଷରୁ ସଚେତନତା ଓ ସ୍ୱତନ୍ତ୍ର ଗାଡି ଯାଞ୍ଚ : ଗୋଟିଏ ଦିନରେ ୧ଲକ୍ଷ ୮୩ ହଜାରରୁ ଉର୍ଦ୍ଧ୍ବ ଯୋରୀମାନା ଆଦାୟ।ବଡ଼ଚଣା :ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପରିବହନ ବିଭାଗ ପକ୍ଷରୁ ଶନିବାର ଠାରୁ ରାଜ୍ୟସାରା ସ୍ୱତନ୍ତ୍ର ଭାବେ ଗାଡି ମଟର ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଉଛି! ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପକ୍ଷରୁ ମଧ୍ୟ ୪ଟି ଥାନା ଅଧିନରେ ରାସ୍ତା ଉପରେ ଗାଡିଯାଞ୍ଚକୁ କଡାକଡି କରାଯିବା ସହିତ ଗାଡି ମାଲିକ ଓ ଚାଳକ ମାନଙ୍କୁ ସଡକ ସୁରକ୍ଷା ନିୟମ ପାଳନ କରି ରାସ୍ତାରେ ଗାଡି ମଟର ଚଳାଇବାକୁ ସଚେତନ କରାଯାଇଛି! ଚଣ୍ଡିଖୋଲ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କୁ ସାଥିରେ ନେଇ ଚଣ୍ଡିଖୋଲ ଆରଟିଓ ଶିଶିରକୁମାର ସାହୁ ଚଣ୍ଡିଖୋଲ ବଜାର,ବଡଚଣା ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ସହ କଡାକଡି ଗାଡି ଯାଞ୍ଚ କରିଥିଲେ।ଯେଉଁମାନେ ନିୟମ ମାନି ଗାଡି ଚାଳନା କରୁଥିଲେ ସେମାନଙ୍କୁ ଆରଟିଓ କର୍ମଚାରୀ ମାନେ ଗୋଲାପ ଫୁଲ ଦେଉଥିଲା ବେଳେ ଅମାନିଆ ଗାଡି ଚାଳକ ମାନଙ୍କୁ ପ୍ରଚାରପତ୍ର ବଣ୍ଟନ କରାଯାଇ ସଚେତନ କରାଯାଉଥିବା ଦେଖାଯାଇଥିଲା।ତେବେ ଆଜି ଗୋଟିଏ ଦିନରେ ଅମାନିଆ ଗାଡି ଚାଳକ ଓ ସଠିକ କାଗଜ ପତ୍ର ନଥାଇ ରାସ୍ତାରେ ଚାଲୁଥିବା ପ୍ରାୟ ୬୯ଟି ଗାଡି ମଟର ଠାରୁ ୧ ଲକ୍ଷ ୮୩ ହଜାର ୬୫୦ ଟଙ୍କା ଯୋରୀମାନା ଆଦାୟ କରାଯାଇଥିଲା। ୩୧ଟି ବିନା ହେଲମେଟରେ ମୋଟର ସାଇକେଲ ଚାଳନା,୪ଟି ମାଲବୁହା ଗାଡିରେ ଯାତ୍ରୀ ପରିବହନ,ଇନସୁରାନ୍ସ ନଥିବା ୧୫ଟି ଗାଡି, ବିପଦପୂର୍ଣ୍ଣ ଓ ଦୃତ ବେଗରେ ଚଲୁଥିବା ୧୫ଟି ଗାଡି,ବିନା ସିଟବେଲ୍ଟ ଓ ବିନା ଫିଟନେସରେ ଚାଲୁଥିବା ୪ଟି ଗାଡି ଠାରୁ ଏହି ଅର୍ଥ ଯୋରୀମାନା ଆକାରରେ ଆଦାୟ ହୋଇଥିବା ଜଣାପଡିଛି।ଏହି ସଚେତନତା ଓ ଗାଡି ଯାଞ୍ଚ କାର୍ଯ୍ୟକ୍ରମରେ ଚଣ୍ଡିଖୋଲ ଆରଟିଓଙ୍କ ସହ ଟିଆଇ ଯୁଗଳକିଶୋର ତିରିଆ,ଏଆରଟିଓ , ଜୁନିୟର ଏମଭିଆଇ ଅବିନାଶ ସ୍ୱାଇଁ,ସ୍ୱାତୀ ସ୍ୱାଗତୀକା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ,ସମ୍ପାଦକ ଲକ୍ଷ୍ମୀଧର ସାହାଣି ବଡଚଣା ଥାନା ଅଧିକାରୀ,ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *