ଚନ୍ଦ୍ରଭାଗା ମେଳା ଦ୍ୱିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ
ଚନ୍ଦ୍ରଭାଗା ମେଳା ଦ୍ୱିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ।ପୁରୀ ୯/୨ ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଏକ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ। ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରଭାଗା ମେଳାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଦ୍ୱିତୀୟ ସମନ୍ବୟ କମିଟି ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲାପାଳ ଶ୍ରୀ ଦାଶ ଅଧ୍ୟକ୍ଷତା କରି ଠାକୁରଙ୍କ କାର୍ଯ୍ୟ କୁ ଅତି ନିଷ୍ଠା ଓ ନିୟମାନୁସାରେ ଆୟୋଜନ କରାଯିବ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ବିସ୍ତୃତ ସୂଚନା ଦେଇ ପୂର୍ବ ପ୍ରସ୍ତୁତି ବୈଠକ ଓ ନୀତିକାନ୍ତି ବୈଠକ ର ନିର୍ଯ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ।ଚଳିତ ମାସ ୧୫ ଓ ୧୬ ତାରିଖରେ ୩ ଠାକୁର ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ଦେବ,ଶ୍ରୀ ଶ୍ରୀ ଦକ୍ଷୀଣେଶ୍ୱର ଦେବ,ଶ୍ରୀ ଶ୍ରୀ ଇଶାଣେଶ୍ୱର ଦେବଙ୍କୁ ନେଇ ଚନ୍ଦ୍ରଭାଗା ରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେବ। ୧୫ ତାରିଖ ରାତ୍ର ୯ଟାରୁ ରାତ୍ର ୯ ୫୫ ମଧ୍ୟରେ ତିନି ଠାକୁରଙ୍କ ବିମାନ ବିଜେ,ରାତ୍ର ୧୦ରୁ ରାତ୍ର ୧ ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି ଅନୁଷ୍ଠିତ ହେବ।ରାତ୍ର ୧.୩୦ ରୁ ଠାକୁରଙ୍କର ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା ଓ ରାତ୍ର ୪.୩୪ ଘଟିକା ମଧ୍ୟରେ ଠାକୁର ମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନଙ୍କୁ ଚନ୍ଦ୍ରଭାଗା ପୁଷ୍କରିଣୀ ରେ ବୁଡ ପକାଇବାର ସୁଯୋଗ ମିଳିବ।ଠାକୁର ମାନଙ୍କ ନୀତିରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ପୂଜକ ଓ ସେବାୟତ ମାନେ ସହଯୋଗ କରିବାକୁ ଅନୁରୋଧ କରାଗଲା। ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା,ପରିବହନ, ରାସ୍ତା ଘାଟ ମରାମତି, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ,ଅତ୍ୟାବଶ୍ୟକ ଦ୍ରବ୍ଯ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥାକୁ ସୁନିୟନ୍ତିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି,ଉପଜିଲ୍ଲାପାଳ ଗୋପୀନାଥ କୁଅଁର, କୋଣାର୍କ ଏନ ଏ ସି ଅଧ୍ୟକ୍ଷ ସଞୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଦାଶ, ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ମଲ୍ଲିକ, ତିନି ଠାକୁରଙ୍କ ସେବାୟତ, ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।ପରେ ଜିଲ୍ଲାପାଳ ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚନ୍ଦ୍ରଭାଗା ମେଳା କୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା ପାଇଁ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।
