ଚନ୍ଦ୍ରଭାଗା ସମୁଦ୍ରରୁ ୪ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର
କୋଣାର୍କ – କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୁମି ସମୁଦ୍ରରେ ସ୍ନାନ କରୁଥିବା ବେଳେ ୨ ଜଣ ଯୁବତୀ ଅ ଅନ୍ୟ ୨ଜଣ ବାପ ପୁଅ ବୁଡି ଯାଉଥିବା ବେଳେ ଲାଇଫ ଗାର୍ଡଙ୍କ ଦ୍ଵାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁଯାୟୀ କୋଣାର୍କ ବୁଲିବାକୁ ଆସି ଉତ୍ତରପ୍ରଦେଶର ଦୁଇ ଜଣ ଯୁବତୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ। ସାଥୀମାନେ ଡାକ ମାରିବାରୁ ତୁରନ୍ତ ସେଠାରେ ଥିବା ଲାଇଫ ଗାର୍ଡ ଓ କିଛି ଲୋକ ମିଶି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେହିପରି ଝାଡ଼ଖଣ୍ଡ ରୁ ଆସିଥିବା ବାପ ଓ ପୁଅ ସ୍ନାନ କରୁଥିବା ବେଳେ ସମୁଦ୍ର ଢେ଼ଉରେ ଭାସି ଯାଇଥିଲେ। ସେମାନଙ୍କୁ ମଧ୍ଯ ସ୍ଥାନୀୟ ଲାଇଫ ଗାର୍ଡ ସୁରକ୍ଷିତ ଉଦ୍ଧାର କରିଥିଲେ। ବିପତ୍ତି ତଥା ବଡ ଅଘଟଣ ଘଟିବା ପୂର୍ବରୁ ନିୟୋଜିତ ଥିବା ଲାଇଫ ଗାର୍ଡ ପବନା ବେହେରା ଓ ସ୍ୱେଚ୍ଛାସେବୀ ଲାଇଫ ଗାର୍ଡ ରାହୁଲ ୨ ଜଣ ମହିଳା ଓ ୨ ଜଣ ପୁରୁଷ ମୋଟ ୪ ଜଣଙ୍କ ଜୀବନ ବଞ୍ଚାଇଥିଲେ।
