ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା କୃଷି ସମବାୟ ସମିତି ରେ ଆଜି ଧାନ ମଣ୍ଡିରେ ବିଶୃଙ୍ଖଳା
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା କୃଷି ସମବାୟ ସମିତି ରେ ଆଜି ଧାନ ମଣ୍ଡିରେ ବିଶୃଙ୍ଖଳା ଦେଖାଦେଇଛି । ପଞ୍ଜିକରଣ କରିଥିବା ଚାଷୀ ତାଙ୍କର ଟାର୍ଗେଟ ଅନୁଯାୟୀ ଧାନ ମଣ୍ଡିରେ ଦେଇ ପାରୁ ନାହାଁନ୍ତି । ଅପରପକ୍ଷରେ କଟନି ଛଟନି ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ମଣ୍ଡିକୁ ବନ୍ଦ କରିଦେଇ ଥିଲେ । ତେବେ କିଛି ସମୟ ଧରି ମଣ୍ଡି ବନ୍ଦ ରହିବା ପରେ ସୋସାଇଟି ର ସଭାପତି ଓ ସମ୍ପାଦକ ଚାଷୀ ଙ୍କ ସହିତ ଆଲୋଚନା କରି ମଣ୍ଡିରେ ଦାନ ଦେଇ ଥିବା ଦେଖାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
